ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ। କମିଶନରେଟ ପୋଲିସ ଓ ସ୍ପେଶାଲ ସ୍ୱାଡର ମିଳିତ ଚଢ଼ାଉରେ ଏହି ବ୍ରାଉନସୁଗାର ଜବତ ହୋଇଛି।

ଏହି ଘଟଣାରେ ବ୍ରାଉନସୁଗାର ଡିଲର ମଧ୍ୟ ଗିରଫ ହୋଇଛି। ଏହି ଡିଲର ଜଣକ ବିଭିନ୍ନ ଏଜେଣ୍ଟମାନଙ୍କୁ ବ୍ରାଉନସୁଗାର ସପ୍ଲାଏ କରୁଥିବା ପୋଲିସକୁ କହିଛି। ଅନ୍ୟପକ୍ଷରେ ଏହି ବ୍ରାଉନସୁଗାର କାରବାରରେ ଜଡ଼ିତ ଅନ୍ୟମାନଙ୍କୁ ଧରିବାକୁ ପୋଲିସ ତନାଘନା ଜାରି ରଖିଛି।

LEAVE A REPLY

Please enter your comment!
Please enter your name here