ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟମାଟୋକୁ ନେଇ ସମସ୍ୟା ଦିନକୁ ଦିନ ବଢ଼ିଚାଲିଛି। ଓଡ଼ିଶାରେ ଏବେ ୮୦ ଟଙ୍କାରେ ଟମାଟୋ ବିକ୍ରି ହେଉଥିବା ବେଳେ ଉଣା ଅଧିକ ସମଗ୍ର ଦେଶରେ ଏହି ସ୍ଥିତି ଲାଗି ରହିଛି। ଯୋଗାଣରେ କମି ଯୋଗୁଁ ଦର ଆକାଶ ଛୁଆଁ ହୋଇଥିବା କୁହା ଯାଉଛି।

ଭାରତର ୨୦ଟି ସହରରେ ଟମାଟୋ କେଜି ପିଛା ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଖାପାଖି ସେଇ ଦର ଚାଲିଛି।  ଏନେଇ ଗ୍ରାହକ ମହଲରେ କ୍ଷୋଭ ଓ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ସୋସିଆଲ ମିଡିଆରେ ବେଶ୍ କିଛି ଟ୍ରୋଲ ମଧ୍ୟ ପୋଷ୍ଟ ହେଉଛି।‍ ରାକ୍ଷୀ ପୂର୍ଣ୍ଣିମା ଦିନ ଦିଲ୍ଲୀ, କୋଲକାତା, ଇଣ୍ଡୋର, ତିରୁଅନନ୍ତପୁରମ୍‌ ଭଳି ମେଟ୍ରୋରେ ଗତ ଦୁଇ ମାସ ଧରି ଟମାଟୋ ଦାମ ବଢ଼ି ଚାଲିଛି।

ଟମାଟୋ ଦର ବୃଦ୍ଧି ପାଇଁ ବର୍ଷା ଓ ବନ୍ୟା ମୁଖ୍ୟ କାରଣ ବୋଲି କୁହାଯାଉଛି। ସ୍ଥିତି ଯାହା, ନିକଟ ଭବିଷ୍ୟତରେ ଏହି ଦର ତଳ ମୁହାଁ ହେବା ଲାଗୁନାହିଁ। ରାଜ୍ୟ କୃଷି ବିଭାଗ ଜଣେ ଅଧିକାରୀ କହିଛନ୍ତି ଯେ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଟମାଟୋ ଗ୍ରାହକଙ୍କୁ ହରକତ କରିବ।

ଖାଲି ଟମାଟୋ ନୁହେଁ, ପିଆଜ ଦର ମଧ୍ୟ ଅସମ୍ଭବ ଭାବରେ ବୃଦ୍ଧି ପାଇଛି। ରାକ୍ଷୀପୂର୍ଣ୍ଣିମା ପୂର୍ବ ଦିନ ଭୁବନେଶ୍ୱର ମହାନଗର ନିଗମରେ ଥିବା ଛୋଟବଡ଼ ବଜାରରେ ବ୍ୟବସାୟୀମାନେ ପିଆଜ ୩୦ ଟଙ୍କାରେ ବିକ୍ରି କରିୁଛନ୍ତି।

କେନ୍ଦ୍ର ସରକାରଙ୍କ କୃଷି ସଚିବ ସୋଭନା ପଟ୍ଟନାୟକଙ୍କ କହିବା କଥା ଯେ ପିଆଜ ଦର ବୃଦ୍ଧି ଏକ ଅସ୍ଥାୟୀ ସମସ୍ୟା ଓ ଆସନ୍ତା ମାସରେ ନୂଆ ଫସଲ ଅମଳ ହେବା ପରେ ଦର ଆପେ ଆପେ ଖସିବା ଆରମ୍ଭ ହେବ।

 

LEAVE A REPLY

Please enter your comment!
Please enter your name here