ଓଡ଼ିଶାଲାଇଭ୍‍ ବ୍ୟୁରୋ

ଓଡ଼ିଆ ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପ୍ରଲିପ୍ତା ପ୍ରିୟଦର୍ଶିନୀ ବନାମ ଜେସି ଏଥର ଆଦିଙ୍କ ପ୍ରେମରେ ପଡ଼ିଛନ୍ତି। ଖାଲି ସେତିକି ନୁହେଁ, କଥା କଥାରେ ତାଙ୍କ ସହ ଝଗଡ଼ା କରୁଛନ୍ତି ଆଉ ଅଭିମାନ ବି କରୁଛନ୍ତି। ଦର୍ଶକ ଏହି ଦୁଇଜଣଙ୍କ ପ୍ରେମ କାହାଣୀକୁ ବେଶ୍ ଭଲ ପାଉଛନ୍ତି।
ସାର୍ଥକ ଚ୍ୟାନେଲ୍‌ରେ ପ୍ରସାରିତ ‘ଜୀବନ ସାଥୀ’ ମେଗା ସିରିୟଲ୍‌ରେ ଜେସି ଜଣେ ଜିଦି ଓ ବବ୍‌ଲି ଝିଅର ଭୂମିକାରେ ଅଭିନୟ କରୁଛନ୍ତି, ଯିଏକି ଆଦିଙ୍କ ପରି ନରମ ତଥା ଶାନ୍ତ ସ୍ୱଭାବର ପୁଅର ପ୍ରେମରେ ପଡ଼ିଛନ୍ତି। ‘ଜୀବନ ସାଥୀ’ ସିରିୟଲ୍‌ରେ ମୋ ଚରିତ୍ର ମୋତେ ବହୁତ ଭଲ ଲାଗୁଛି। ଏହା ଏକ ପ୍ରେମକାହାଣୀ।
“ପୂର୍ବରୁ ‘ତୋ ଅଗଣାର ତୁଳସୀ ମୁଁ’ ସିରିୟଲ୍‌ରେ ମୁଁ ଗୋଟେ ଶାନ୍ତ, ସୁଶୀଳ ବୋହୂ ଭୂମିକାରେ ଅଭିନୟ କରିଥିଲି। ଏଥିରେ କିନ୍ତୁ ମୋ ଚରିତ୍ର ସମ୍ପୂର୍ଣ୍ଣ ଭିନ୍ନ”, ଓଡ଼ିଶାଲାଇଭ୍‌ ସହ କଥା ହେବା ବେଳେ ଜେସି କହିଛନ୍ତି।
ବିଗତ ବାର ବର୍ଷ ଧରି ଟେଲିଭିଜନ ଦୁନିଅଆରେ ଅନେକ ପ୍ରକାରର ଚରିତ୍ରରେ ଅଭିନୟ କରି ସେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ତାଙ୍କ ଅଭିନୀତ ସିରିୟଲଗୁଡ଼ିକ ମଧ୍ୟରେ ‘ସୁନା କଳସ’, ‘ରହସ୍ୟ’, ‘ଗଙ୍ଗା ଯମୁନା ସରସ୍ୱତୀ’, ‘ଉଆଁସୀ କନ୍ୟା’ ଓ ‘ସ୍ୱାଭିମାନ’ ଅନ୍ୟତମ।
ଜେସିଙ୍କ ସହ ଅଭିନେତା ତଥା ବନ୍ଧୁ ରଞ୍ଜିତ ନାୟକ ବନାମ ରାଜାଙ୍କର ରହସ୍ୟଜନକ ମୃତ୍ୟୁ ପରେ ସୁଶାନ୍ତ ମଣି ତାଙ୍କ ‘ଲଭ୍ ୟୁ ଜେସିକା’ ସିନେମାରେ ଅଭିନୟ କରିବାର ସୁଯୋଗ ଦେଇଥିଲେ। ଏହି ସିନେମାରେ କାହାଣୀ ରାଜା ମୃତ୍ୟୁ ଘଟଣାକୁ କେନ୍ଦ୍ରକରି ଗତିଶୀଳ ହୋଇଛି। ଏହା ଏକ ଥ୍ରିଲର ଲଭ୍‌ଷ୍ଟୋରି। ଏହି ସିନେମାର ସୁଟିଂ ଗତବର୍ଷ ସରିଯାଇଥିଲେ ମଧ୍ୟ ଏହାର ପ୍ରଯୋଜକ ଅକ୍ଷୟ ପରିଜା ସିନେମାଟିକୁ ରିଲିଜ୍ କରିନାହାନ୍ତି।
“ସିନେମାରେ ଅଭିନୟ କରିବାର ଆଗ୍ରହ ମୋର କେବେ ନଥିଲା, ଟେଲିଭିଜନ ମେଗା ସିରିୟଲରେ କାମ କରିବାରେ ମୋତେ ଆତ୍ମସନ୍ତୋଷ ପ୍ରାପ୍ତ ହେଉଛି”, କହିଛନ୍ତି ଜେସି।
ଦର୍ଶକଙ୍କ ଭଲପାଇବା ତାଙ୍କୁ ଲୋକପ୍ରିୟ କରିଛି ବୋଲି ମଧ୍ୟ ସେ କୁହନ୍ତି।
Tags: Jessi, Ranjit Nayak, Raja, Love You Jessika, Odia Movie, Ollywood, Odia Serial, Pralipta Priyadarshini, Odia Television Industry, Aadi, Jeeven Sathi, Suna Kalasa, To Aganara Tulasi Mu, Akshaya Parija

LEAVE A REPLY

Please enter your comment!
Please enter your name here