ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ଜନସାଧାରଣଙ୍କ ପାଇଁ ଖୁବ୍‌ ଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ନୂଆ ରଙ୍ଗର ୫୦ ଟଙ୍କିଆ ନୋଟ୍‍ ପ୍ରଚଳନ କରିବାକୁ ଯାଉଛି। ଏହି ନୋଟ୍‌ଟି ଦେଖିବାକୁ ନୀଳ, ଅର୍ଥାତ୍‌ ଏହି ୫୦ ଟଙ୍କିଆ ନୋଟ୍‌ର ଉଭୟ ପାର୍ଶ୍ୱ ନୀଳ ରଙ୍ଗରେ ଆଚ୍ଛାଦିତ। ନୋଟ୍‌ର ମଝିରେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଛବି ରହିବା ସହିତ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଡକ୍ଟର ଉର୍ଜିତ୍‍ ପଟେଲଙ୍କ ଦସ୍ତଖତ ରହିବ ବୋଲି ଆର୍‌ବିଆଇ ପକ୍ଷରୁ ସୂଚନା ମିଳିଛି।

ନିକଟରେ ବିମୁଦ୍ରିକରଣ ପରେ ପ୍ରଚଳିତ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ରେ ଯେଉଁପରି ଭାବରେ ସୁରକ୍ଷା ବୈଶିଷ୍ଟ୍ୟ ରହିଛି, ଠିକ୍‍ ସେହିପରି ଭାବରେ ୫୦ ଟଙ୍କିଆ ନୋଟ୍‌ରେ ମଧ୍ୟ ସୁରକ୍ଷା ବୈଶିଷ୍ଟ୍ୟ ରହିବ। ସାଧାରଣତଃ ଖୁଚୁରା ବ୍ୟବସାୟୀ ଓ ନିମ୍ନ ବର୍ଗର ଲୋକମାନଙ୍କ ପାଇଁ ନୂଆ ୫୦ ଟଙ୍କିଆ ନୋଟ୍‌ ସୁହାଇବ।

ଏହି ନୋଟ୍‌ର ଲମ୍ବ ୧୫୩ ମିଲିମିଟର ଏବଂ ଉଚ୍ଚତା ୬୬ ମିଲିମିଟର। ବର୍ତ୍ତମାନ ପ୍ରଚଳିତ ୫୦ ଟଙ୍କିଆ ନୋଟ୍‌ ମଧ୍ୟ ଲୋକମାନେ ବ୍ୟବହାର କରିପାରିବେ।

Tags: New 50 Rupee Note, Dr. Urjit Patel,  Reserve Bank of India, RBI, Mahatma Gandhi, Rs 50 Currency Note

Comment