ଓଡ଼ିଶାଲାଇଭ୍‌ ବ୍ୟୁରୋ

ପର୍ଣ ଷ୍ଟାରରୁ ବଲିଉଡ୍ ଷ୍ଟାର ବନିଥିବା ସନ୍ନି ଲିଓନୀ, ଇଣ୍ଟରନେଟରେ ସବୁଠୁ ଅଧିକ ଖୋଜା ପଡୁଥିବା ଭାରତୀୟ।

ଗତ ପାଞ୍ଚ ବର୍ଷ ହେଲା ଗୁଗଲ ସର୍ଚ୍ଚରେ ସବୁଠୁ ଲୋକପ୍ରିୟ ଭାରତୀୟ ହେଉଛନ୍ତି ସନ୍ନି ଲିଓନୀ। ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବଲିଉଡ୍ ଷ୍ଟାର ସଲମନ ଖାନଙ୍କ ଅପେକ୍ଷା ଭାରତରେ ଅଧିକ ଲୋକଙ୍କ ଇଚ୍ଛା, ସନ୍ନିଙ୍କ ସଂପର୍କରେ ଜାଣିବାକୁ।

ସନ୍ନି ଲିଓନୀଙ୍କ ଲୋକପ୍ରିୟତା ଦିନକୁ ଦିନ ଆହୁରି ବଢିବାରେ ଲାଗିଛି। କିଛି ଦିନ ତଳେ କେରଳରେ ଯାହା ହେଲା, ତାହା ସମସ୍ତଙ୍କୁ ଚମକାଇ ଦେବା ଭଳି। କୋଚିରେ ଏକ ସ୍ମାର୍ଟଫୋନ ସୋ’ରୁମ୍ ଉଦଘାଟନ ଉତ୍ସବକୁ ଯାଇଥିଲେ ସନ୍ନି। ହେଲେ ସେଠି ଯେଉଁଭଳି ଭାବେ ଭିଡ଼ ହୋଇଥିଲା, ତାହା ଅନେକଙ୍କର ହୋସ ଉଡାଇଦେଇଛି।

ମାଲାୟଲାମ ସୁପରଷ୍ଟାର ମମୁଟ୍ଟୀ, ମୋହନଲାଲ ହୁଅନ୍ତୁ କିମ୍ବା କ୍ରିକେଟ ଷ୍ଟାର ବା କୌଣସି ରାଜନେତା ହୁଅନ୍ତୁ, ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ବଲିଉଡ୍ ଷ୍ଟାର। ମଣିରତ୍ନମଙ୍କ ଚଳଚ୍ଚିତ୍ର ସୁଟିଂରେ ଆସିଥିବା ଶାହାରୁଖ ଖାନଙ୍କର ମଧ୍ୟ ଏତେ ଲୋକପ୍ରିୟତା ଥିବା ଦେଖିବାକୁ ମିଳିନଥିଲା। କେବଳ କିଛି ବର୍ଷ ତଳେ ଫୁଟବଲ ଷ୍ଟାର ମାରାଡୋନା ଏକ ଜୁଏଲାରୀ ସଫ୍ ଉଦଘାଟନ କରିବାକୁ ଆସିଥିବାବେଳେ ଯୁବକଙ୍କ ଏହିପରି ଭିଡ଼ ଦେଖିବାକୁ ମିଳିଥିଲା।

ଗତ ୧୬ ତାରିଖରେ ଯେତେବେଳେ କୋଚିରେ ସନ୍ନି ଲିଓନୀଙ୍କ ଗାଡ଼ି ଲାଗିଥିଲା, ତାଙ୍କର ଏକ ଝଲକ ପାଇଁ ଲୋକଙ୍କ ସମୁଦ୍ର ଦେଖିବାକୁ ମିଳିଥିଲା। ସନ୍ନି ନିଜ ଟ୍ୱିଟର ପେଜ୍ ଏହାର ଫଟୋ ପୋଷ୍ଟ କରିବା ସହ ଲୋକଙ୍କ ଭଲପାଇବା ଦେଖି ଅଭିଭୂତ ହୋଇପଡିଥିବା ଲେଖିଛନ୍ତି। ଭିଡ଼ ଏପରି ହୋଇଥିଲା ଯେ ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା।

ସନ୍ନି ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଦେଖି ହାତ ହଲାଇ, ଉଡନ୍ତା ଚୁମ୍ବନ ଦେଇଥିଲେ। ବ୍ୟାରିକେଡ୍ ଭାଙ୍ଗି ଉତ୍ସବ ସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ଶହ ଶହ ଯୁବକ। ସନ୍ନିଙ୍କ ପାଇଁ କୋଚି ଓ ଆଖପାଖ ଅଂଚଳର ଯୁବକମାନେ ପାଗଳ ପ୍ରାୟ ହୋଇ ଉଠିଥିଲେ। କିଛି ଘଣ୍ଟା ପାଇଁ ରାଜରାସ୍ତା ବନ୍ଦ ହୋଇଯାଇଥିଲା। ସ୍ଥାନୀୟ ପୁଲିସ ଉତ୍ସବର ଆୟୋଜକଙ୍କ ବିରୋଧରେ ଏକ ମାମଲା ଦାୟର କରିଛି।

Tags: Sunny Leone, overcrowded at Kochi, Bollywood, Smartfone Showroom,Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment