ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିନି ତଲାକ୍‌ ରଦ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ଫ‌ଇସଲା ପରେ ବିଭିନ୍ନ ମହଲରୁ ଏହାକୁ ଖୋଲାଖୋଲି ସ୍ୱାଗତ କରାଯାଇଛି ତେବେ କେତେକ ନେତା ମଧ୍ୟ ଏ ବାବଦରେ ମାପିଚୁପି ମତ ରଖିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି:

“ତିନି ତଲାକ ନେଇ ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ। ଏହା ମୁସଲମାନ ମହିଳାମାନଙ୍କୁ ସମାଜରେ ସମାନ ଅଧିକାର ଦେବା ସହିତ ନାରୀ ସଶକ୍ତିକରଣ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ”।

ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି:

“ତିନି ତଲାକ ଉପରେ ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ଫ‌ଇସଲାକୁ ମୁଁ ସ୍ୱାଗତ କରୁଛି। ଏହା ମୌଳିକ ସାମ୍ବିଧାନିକ ଅଧିକାର ଓ ସମାନତା ହାସଲ କରିବା କ୍ଷେତ୍ରରେ ମୁସଲମାନ ମହିଳାଙ୍କ ପାଇଁ ଏକ ବଡ଼ ବିଜୟ”।

ସୋଲି ସୋରାବଜୀ, ପୂର୍ବତନ ଆଡଭୋକେଟ ଜେନେରାଲ:

“ମୁଁ ବହୁତ ଖୁସି। ଏହା ଏକ ମହତ୍ତ୍ୱପୂର୍ଣ୍ଣ ରାୟ। ଏବେ ତିନି ତଲାକ ନେଇ ଥିବା ବାଛବିଚାର ବନ୍ଦ ହେବ”।

ରବିଶଙ୍କର ପ୍ରସାଦ, କେନ୍ଦ୍ର ଆଇନ୍‍ ମନ୍ତ୍ରୀ:

“ଭାରତୀୟ ସାମ୍ବିଧାନିକ ଆଦର୍ଶର ବିଜୟ ହୋ‍ଇଛି। ମୁଁ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ କଥାକୁ ଦୋହରାଇବି – ଏହାକୁ କୌନସି ଧର୍ମ ସହିତ ଯୋଡ଼ନ୍ତୁ ନାହିଁ”।

ଆଶାଦୁଦିନ୍‍ କ୍ୱେ‍ଏସି, ଏଆଇଏମଆଇଏମ ନେତା:

“ଆମକୁ ଏହି ରାୟକୁ ସମ୍ମାନ ଦେବାକୁ ହେବ। ତେବେ ଏହାକୁ ବାସ୍ତବ କ୍ଷେତ୍ରରେ ଲାଗୁ କରାଇବା ଏକ କାଠିକର ପାଠ ହେବ”।

ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ:

“ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସ୍ୱାଗତ  କରୁଛୁ। ବାସ୍ତବିକ ମୁସଲମାନ ସମ୍ପ୍ରଦାୟର ମହିଳାମାନଙ୍କୁ ନ୍ୟାୟ ମିଳିଛି।”

କପିଲ ଶିବଲ, କଂଗ୍ରେସ ନେତା ତଥା ପ୍ରତିପକ୍ଷ ଓକିଲ:

“ଆମେ କୋର୍ଟଙ୍କ ରାୟକୁ ଗ୍ରହଣ କରୁଛୁ। ଏହା ମୁସଲିମ ପର୍ସନାଲ ଲ’କୁ ସୁରକ୍ଷା ଦେବା ସହିତ ତିନି ତଲାକ୍‌ ପ୍ରଥାକୁ ଅସିଦ୍ଧ କରିବ।”

ମାନେକା ଗାନ୍ଧି, କେନ୍ଦ୍ରମନ୍ତ୍ରୀ:

“ଏହା ଏକ ମହତ୍ତ୍ୱପୂର୍ଣ୍ଣ ରାୟ। ଲିଙ୍ଗଗତ ନ୍ୟାୟ ଏବଂ ସମାନତା କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ।”

ଜେଡ୍‍ ଜିଲାନି, ଏଆଇଏମ୍‌‍ପିଏଲବି:

“ପୂରା ଜର୍ଜମେଣ୍ଟ ଦେଖିଲା ପରେ ହିଁ ଜଣାପଡ଼ିବ ଯେ ଆମର ଆବେଦନ ଏବଂ ଆଶଙ୍କାକୁ ବିଚାରପତିମାନେ ଠିକ୍‍ ଭାବେ ତ‌ଉଲିଛନ୍ତି କି ନାହିଁ।”

ଶୈସ୍ତା ଅଲ୍ଲୀ, ସାମାଜିକ କର୍ମୀ:

“ଆମେ ବହୁତ ଖୁସି ଯେ ସୁପ୍ରିମକୋର୍ଟ ଆମ କଥା ଶୁଣିଲେ। ଏହି ରାୟ ନିଶ୍ଚିତ ଭାବରେ ମୁସଲମାନ ମହିଳାମାନଙ୍କୁ ସାମାଜିକ ନ୍ୟାୟ ଓ ସମାନତା ପ୍ରଦାନ କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିବ ଓ ତିନି ତଲାକ୍‌ ନାଁରେ ସେମାନେ ଶିକାର ହେଉଥିବା ନିର୍ଯାତନାରୁ ରକ୍ଷା କରିବ।”

Tags: Amit Shah, Asaduddin Owaisi, Kapil Sibal, Maneka Gandhi, Narendra Modi, Personal Law, Ravi Shankar Prasad, Shaista Ali, Soli Sorabjee, Supreme Court, Tin Talaq, Tini Talaaq, Triple Talaq, Yogi Adityanath, Z Jilani

Comment