ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାକ୍ତନ ଓପନର ଶିବ ସୁନ୍ଦର ଦାସଙ୍କୁ ଓଡ଼ିଶା ରଣଜୀ କ୍ରିକେଟ ଟିମର କୋଚ୍ କରାଯାଇଛି। ସେ ଦେବାଶିଷଙ୍କ ସ୍ଥାନ ନେବେ।

ନଭେମ୍ବର ୨୦୧୧ରେ ମାଇକେଲ ବେଭାନଙ୍କଠାରୁ ଦେବାଶିଷ ଦାୟିତ୍ୱ ନେଇଥିଲେ। କୋଚ୍ ପଦ ଛାଡିବାର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବ୍ୟକ୍ତିଗତ କାରଣରୁ ଦେବାଶିଷ ଅବ୍ୟାହତି ନେଇଥିବା ଶୁଣାଯାଏ। ତେବେ କିଛି ରିପୋର୍ଟ କହୁଛି ଯେ ରଣଜୀ ଟିମର କେଇ ଜଣ ଖେଳାଳୀଙ୍କ ସହ ଦେବାଶିଷଙ୍କ ପଟୁନଥିଲା।

ଦେବାଶିଷଙ୍କ ସମୟରେ ଅବଶ୍ୟ ଓଡ଼ିଶା ବେଶ୍ କିଛି ସଫଳତା ହାସଲ କରିଥିଲା। ୨୦୧୬-୧୭ରେ ଓଡ଼ିଶା ଟିମ ରଣଜୀ ଟ୍ରଫିର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲ। ଅବଶ୍ୟ ଦଳ ଗୁଜରାଟଠାରୁ ହାରିଥିଲା। ତେବେ ୮୩ ବର୍ଷର ରଣଜୀ ଇତିହାସରେ ଓ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନକ୍‌ ଆଉଟ୍‌ ସ୍ତରକୁ ଉନ୍ନୀତ ହୋଇଥିଲା ଓଡ଼ିଶା ଦଳ।

ଶିବ ସୁନ୍ଦର ଅବଶ୍ୟ ଓଡ଼ିଶା ରଣଜୀ ଟିମ୍‍ ପାଇଁ ନୂଆ ନୁହନ୍ତି। ଆଗରୁ ସେ ବ୍ୟାଟିଂ କୋଚ୍ ଥିଲେ।

ଗତ ବର୍ଷମାନଙ୍କରେ ଓଡ଼ିଶାର ପ୍ରଦର୍ଶନ ଏତେ ଉତ୍ସାହଜନକ ହୋଇ ନଥିବା ବେଳେ ଶିବ ସୁନ୍ଦର ଟିମ୍‌କୁ କିଭଳି ସଜାଡ଼ି ପାରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

ଗୁରୁବାର ଦିନର ବୈଠକରେ ଓ ସିଏ ଆଉ କିଛି ନିଷ୍ପତ୍ତି ନେଇଛନ୍ତି। ସୁରେଶ କୁମାର, କୁଳମଣି ପରିଡ଼ା ଓ ସୁବ୍ରତ ବେହେରାଙ୍କୁ ଯଥାକ୍ରମେ ଅଣ୍ଡର-୨୩, ଅଣ୍ଡର-୧୯ଓ ଅଣ୍ଡର-୧୬ ପାଇଁ କୋଚ୍ ନିଯୁକ୍ତ କରାଯାଇଛି।

ରଶ୍ମିତା ମହାନ୍ତି ଓ ଇତିଶ୍ରୀ ପଟ୍ଟନାୟକଙ୍କୁ ମହିଳା ଅଣ୍ଡର-୨୩ ଓ ଅଣ୍ଡର-୧୯ ପାଇଁ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି।

Tags: Shiv Sundar Das, Odisha Ranji Team, Odia Cricketer, Odisha Cricket, Debashis Mohanty, Cricket, Cricket Association, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment