ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଭିନ୍ନ ଯୋଜନାରେ ଆଧାର ଲିଙ୍କ୍ କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ତେବେ ସରକାର ଏହି ଲିଙ୍କର ଅବଧିକୁ ବଢ଼ାଇ ଦେଇଛନ୍ତି। ହିତାଧିକାରୀ ଡିସେମ୍ବର ୩୧ ସୁଦ୍ଧା ଆଧାର ଲିଙ୍କ୍ କରିବାକୁ ସରକାର କହିଛନ୍ତି। ସମୟସୀମା ବୃଦ୍ଧି ସମ୍ପର୍କିତ ଖବର କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଜଣାଇ ଦେଇଛନ୍ତି।
ଆଟର୍ଣ୍ଣି ଜେନେରାଲ କେ.କେ. ବେନୁଗୋପାଳ ସୁପ୍ରିମକୋର୍ଟରେ ସମୟସୀମା ବୃଦ୍ଧି ସମ୍ପର୍କରେ ଅବଗତ କରିଛନ୍ତି। ଏ ସମ୍ପର୍କରେ ସୁପ୍ରିମକୋର୍ଟ ନଭେମ୍ବର ପ୍ରଥମ ସପ୍ତାହରେ ଶୁଣାଣି କରିବେ। ଆଧାର ବୈଧ କି ନୁହେଁ ସେ ନେଇ କିଛି ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଆଧାରକୁ ନେଇ କିଛିଦିନ ହେଲା ଦ୍ୱନ୍ଦ୍ୱ ଲାଗି ରହିଥିଲା। ଆଧାର ସହ ପ୍ୟାନ୍ ଲିଙ୍କ କରିବାର ଶେଷ ସମୟ ଜୁଲାଇ ୩୧ ତାରିଖ ରହିଥିଲା। ମାତ୍ର ଆଧାର ଏବଂ ପ୍ୟାନରେ ଥିବା ନାମରେ ଫରକ ରହିଥିବାରୁ କେତେକ ହିତାଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଜୁଲାଇ ୩୧ ସୁଦ୍ଧା ଏହି ଲିଙ୍କ୍ ସମ୍ଭବ ହୋଇପାରି ନ ଥିଲା। ଫଳରେ ଏହାର ସମୟ ଅଗଷ୍ଟ ୩୧କୁ ବଢ଼ାଇ ଦିଆଯାଇଥିଲା।

Tags: Aadhar Card, Aadhar, Central Government, Aadhar Link, K.K. Benugopal, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here