ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରରେ ଦୂଷିତ ଘିଅ ବ୍ୟବହାର ବନ୍ଦ ହେବ। ଏ ନେଇ ପ୍ରଶାସନ ପକ୍ଷରୁ ୩ ଦିନ ସମୟ ଦିଆଯାଇଛି।
ଶ୍ରୀମନ୍ଦିର ନୀତି ପ୍ରଶାସକ, ମନ୍ଦିର କମାଣ୍ଡର, ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀଙ୍କୁ ନେଇ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ଶୁଦ୍ଧ ଘିଅରେ ତିଆରି ଭୋଗ ଲାଗି ହେବ। ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ମଧ୍ୟରେ ମନ୍ଦିର ପରିସରରେ ଶୁଦ୍ଧ ଘିଅ ବ୍ୟବହାର କରାଯିବ।
ଓମଫେଡ୍ ଏହି ଶୁଦ୍ଧ ଘିଅ ଯୋଗାଇବ। ସେହି ଷ୍ଟଲରୁ ଘିଅ ନେଇ ଦୀପ ଦୋକାନୀ ଦୀପ ବିକ୍ରି କରିବେ ବୋଲି ଘୋଷଣା କରାଯାଇଛି।
ଶ୍ରୀମନ୍ଦିରରେ ଦୂଷିତ ଘିଅ ଉପରେ କଟକଣା ଜାରି କରିବାକୁ ପୂର୍ବରୁ ଦାବି ହୋଇ ଆସୁଥିଲା। ଏହାକୁ ନେଇ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଦୀର୍ଘ ଦିନ ପରେ ମନ୍ଦିର ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବାରୁ ବିଭିନ୍ନ ଭକ୍ତମାନେ ଖୁସି ପ୍ରକାଶ କରିଛନ୍ତି।

Tags: Shri Mandir, Jagannath Temples, Lord Jagannath, Bhubaneswar News, Breaking News,Latest News, Odisha Breaking News, Odisha News, Odisha Stories, Odisha Top Stories,Top Stories

LEAVE A REPLY

Please enter your comment!
Please enter your name here