ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୦ ବର୍ଷ ତଳେ ଅବସ୍ଥା ଯାହା ଥଲା ଏବେ ଆଉ ତାହା ନାହିଁ।
ଇଞ୍ଜିନିୟରିଂ ପାଠ ନା ଶୁଣିଲେ ଅଭିଭାବକ ନାକ ଟେକୁଛନ୍ତି। ଏଭଳି ଅବସ୍ଥା କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ଦେଖିବାକୁ ମିଳିଛି।  ୫ ବର୍ଷ ହେଲା ପ୍ରାୟ ୮୦୦ କଲେଜରେ ୩୦ ପ୍ରତିଶତରୁ କମ୍ ପିଲା ନାମ ଲେଖାଉଛନ୍ତି। ଏହି କଲେଜରେ ଏଣିକି ତାଲା ଝୁଲାଇବା ପାଇଁ ଅଲ୍ ଇଣ୍ଡିଆ କାଉନସିଲ ଫର୍ ଟେକନିକାଲ ଏଜୁକେସନ୍(ଏଆଇସିଟିଇ) ନିଷ୍ପତ୍ତି ନେଇଛି। ଏହା ଏବେ ସମଗ୍ର ଦେଶରେ ଚିନ୍ତାର ବିଷୟ ହୋଇଛି।
ତେଲେଙ୍ଗାନା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ହରିଆଣା, ଗୁଜୁରାଟ, ମଧ୍ୟପ୍ରଦେଶ ଭଳି ହାଇଟେକ୍ ସିଟିରେ ଛତୁ ଫୁଟିଲା ଭଳି ଇଞ୍ଜିନିୟରିଂ କଲେଜ ଖୋଲିଥିଲା। ହେଲେ ଏବେ ପିଲା ହେଉ ନ ଥିବାରୁ ପ୍ରାୟ ୧୫୦ ଇଞ୍ଜିନିୟରିଂ କଲେଜରେ ପ୍ରତିବର୍ଷ କର୍ତ୍ତୃପକ୍ଷ ତାଲା ପକାଉଛନ୍ତି। କିନ୍ତୁ ଏବେ ଏଆଇସିଟିଇ ଉପଯୁକ୍ତ ଭିତ୍ତିଭୂମି ନ ଥିବା କଲେଜ ଏବଂ ୩୦ ପ୍ରତିଶତ ନାମ ଲେଖା ହେଉ ନ ଥିବା କଲେଜକୁ ବନ୍ଦ କରିବାକୁ ଚାହୁଁଥିବା ଏଆଇସିଟିଇ ଚେୟାରମ୍ୟାନ୍ ଅନୀଲ ଦତ୍ତତ୍ରୟ ସହସ୍ରବୁଦ୍ଧି କହିଛନ୍ତି।
ବର୍ଷରେ ଖୋଲିଥିବା କଲେଜ
୪ ବର୍ଷ ହେଲା ଇଞ୍ଜିନିୟରିଂ କଲେଜ କ୍ରେଜରେ ବ୍ରେକ ଲାଗିଛି। ୪ ବର୍ଷ ଭିତରେ ଯେଉଁଭଳି କଲେଜ ଖୋଲୁଥିଲା ତାହା ଚଳିତ ବର୍ଷରେ ନାହିଁ।
୨୦୧୪-୧୫ ବର୍ଷରେ ଖୋଲିଥିଲା ୬୭ଟି ଇଞ୍ଜିନିୟରିଂ କଲେଜ
୨୦୧୫-୧୬ରେ ୧୨୫ଟି ଖୋଲିଥିଲା।
୨୦୧୬-୧୭ରେ ୧୪୯ଟି ଖୋଲିଥିଲା।
୨୦୧୭-୧୮ରେ ୬୫ଟି ଖୋଲିଥିଲା।
କେଉଁ ରାଜ୍ୟରେ ସତର୍କଘଣ୍ଟି
ତେଲେଙ୍ଗାନାରେ ୬୪ଟି କଲେଜ ବନ୍ଦ ହେବା ପାଇଁ ସତର୍କଘଣ୍ଟି ବାଜିଥିବା ବେଳେ ଉତ୍ତରପ୍ରଦେଶରେ ୪୭, ଆନ୍ଧ୍ରରେ ୨୯, ରାଜସ୍ଥାନରେ ୩୬ଟି କଲେଜ ବନ୍ଦ ହେବ ବୋଲି ଜଣାପଡିଛି।
ସେହିପରି ତାମିଲନାଡୁ ଏବଂ ହରିଆଣାରେ ୩୧ଟି, ଗୁଜୁରାଟରେ ୨୯, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ୨୧, ପଞ୍ଜାବର ୧୯ଟି କଲେଜ ପାଇଁ ସତର୍କଘଣ୍ଟି ବାଜିଛି।

Tags: Education, Engineering College, Engineering, Engineering Students, Engineers, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment