ଓଡ଼ିଶାଲାଇଭ ବ୍ୟୁରୋ

ବିଜେପିର ମିଶନ-୧୨୦କୁ ଚ୍ୟାଲେଞ୍ଜ ଦେଇଛି ବିଜେଡି। ଆଉ ଏହି ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି ଯେ ବିଜେପିର ମିଶନ-୧୨୦ ସଫଳ ହେବ ନାହିଁ। ବିଜେଡି ୨୦୧୯ରେ ୧୨୩ ଆସନ ପାଇ ପୁଣି ସରକାର ଗଢ଼ିବ। ବିଜୁବାବୁଙ୍କ ୧୯୯୦ର ରେକର୍ଡ ବିଜେଡି ୨୦୧୯ରେ ହାସଲ କରିବ।
ଏପଟେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ମନ୍ତବ୍ୟକୁ ବିଜେପି ସମାଲୋଚନା କରିଛି। ଶାହାଙ୍କ ଆକଳନ କେବେ ଭୁଲ୍ ହେବ ନାହିଁ ବୋଲି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।  ବିଜେଡିର ମିଶନ-୧୨୩ ଏବଂ ବିଜେପିର ମିଶନ -୧୨୦କୁ ବାକ୍ ଯୁଦ୍ଧ ଆରମ୍ଭ ହୋଇ ଯାଇଛି।
ବିଜେପି-ବିଜେଡି ମିଶନ ଯୁଦ୍ଧରେ କଂଗ୍ରେସ ପଛଘୁଞ୍ଚା ଦେଇନି। କଂଗ୍ରେସ ୨୦୧୯ରେ ଏକାକୀ ୮୫ ଆସନ ପାଇବ ବୋଲି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ଗଣମାଧ୍ୟମରେ ଦାବି କରିଛନ୍ତି। ୩ ଦଳର ମିଶନକୁ ନେଇ ଏବେ ରାଜ୍ୟରେ ରାଜନୀତି ପାଣିପାଗ ସରଗରମ୍ ହୋଇଯାଇଛି।
୨୦୧୯ରେ ମିଶନ-୧୨୦ ବିଜେପି କିପରି ହାସଲ କରିବ ସେଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଅମିତ୍ ଶାହା ଓଡ଼ିଶା ଆସୁଛନ୍ତି। ଏ ନେଇ ବିଜେଡିର ଆଗାମୀ ଯୋଜନା କ’ଣ ସେ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ପ୍ରଶ୍ନ କରାଯାଇଥିଲା।ତେବେ ଶ୍ରୀ ପାତ୍ର ଗଣମାଧ୍ୟକୁ କହିଥିଲେ, ”୨୦୧୯ରେ ଆମ ଦଳ ୧୪୭ଟି ଆସନ ଦଖଲ କରିବାକୁ ଯୋଜନା କରିଛି। କିନ୍ତୁ ମୋ ଆକଳନ ଯାହା ଆମେ ୧୨୩ ଆସନରେ ଜିତିବୁ। ବିଜୁବାବୁଙ୍କ ନେତୃତ୍ୱରେ ଆମେ ୧୯୯୦ରେ ୧୨୩ ଆସନ ପାଇଥିଲୁ। ୨୦୧୯ରେ ମଧ୍ୟ ସମାନ ସଂଖ୍ୟକ ଆସନ ହାସଲ କରିବୁ।”
ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଏଭଳି ଆକଳନକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଲାଗି ରହିଛି।

Tags: Mission-120, Surya Narayan Patro, BJD, BJP, Indian Politics, Politics, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here