ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଫିଲ୍ମ ଇଣ୍ଡଷ୍ଟ୍ରି ସମସ୍ତଙ୍କ ସହଯୋଗ ଆବଶ୍ୟକ କରୁଛି। ବିନା ସାହାଯ୍ୟ ସହଯୋଗରେ ଆଗକୁ ବଢ଼ିବା ଅସମ୍ଭବ। ଏଣୁ ସମସ୍ତ କର୍ମକର୍ତ୍ତାଙ୍କ ମଧ୍ୟରେ ପରସ୍କର ବୁଝାମଣା ରହିବା ଦରକାର’’, ଏକଥା କହିଛନ୍ତି ଜଣାଶୁଣା ଗୀତିକାର, ସ୍କ୍ରିନ ରାଇଟର ପ୍ରସୂନ ଯୋଶୀ।
ଶ୍ରୀ ଯୋଶୀ ନିକଟରେ କେନ୍ଦ୍ରୀୟ ଚଳଚ୍ଚିତ୍ର ଉନ୍ନୟନ ବୋର୍ଡ (ସିବିଏଫ୍‍ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଏହାକୁ ବି-ଟାଉନ୍‍ ସ୍ୱାଗତ କରିଛି। ଦାୟିତ୍ୱ ଗ୍ରହଣ କରିବାର କିଛିଦିନ ପରେ ଯୋଶୀ ନୀରବତା ଭାଙ୍ଗିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଆଗାମୀ ଦିନରେ କ’ଣ କରିବେ ସେ ନେଇ ମୁହଁ ଖୋଲିଛନ୍ତି।
ଚଳଚ୍ଚିତ୍ର ନିଗମରେ କିଛି ନିୟମ କାନୁନ୍‍ ରହିଛି। ଏହି ନିୟମକୁ ଆଧାର କରି ଫିଲ୍ମ-ଇଣ୍ଡଷ୍ଟ୍ରି ପାଇଁ ଉନ୍ନୟନମୂଳକ କାର୍ଯ୍ୟ କରାଯିବ। ଯୋଶୀ ଜଣେ ସଚେତନଶୀଳ ବ୍ୟକ୍ତି ହୋଇଥିବାରୁ ସେ ତାଙ୍କ ଦାୟିତ୍ୱ ଠିକ୍‍ ଭାବେ ନିର୍ବାହ କରିବେ ଆଶା କରାଯାଉଛି।
ଲୋକଙ୍କଠାରୁ ମତାମତ ସଂଗ୍ରହ କର ନୂଆ କାର୍ଯ୍ୟକ୍ରମ କରାଯିବ। ଯେଉଁ ବ୍ୟକ୍ତି ସକାରାତ୍ମକ ଚିନ୍ତା କରି ଆମ ପାଖକୁ ଆସିବେ ସେମାନଙ୍କୁ ଆପେ ପ୍ରାଧାନ୍ୟ ଦେବୁ ବୋଲି ଯୋଶୀ କହିଛନ୍ତି।
ଭାରତୀୟ ସିନେମାରେ କ୍ୱାଲିଟି ଲେଖାକୁ ଗୁରୁତ୍ୱ ଦିଆଯିବ। ବିଶ୍ୱସ୍ତରୀୟ ସିନେମା ଏବଂ ଦର୍ଶକଙ୍କୁ ପ୍ରଭାବିତ କରିବା ଭଳି ପିଲ୍ମ ତିଆରି କରାଯିବ ବୋଲି ଯୋଶୀ କହିଛନ୍ତି। ସେ କହିଛନ୍ତି ଯେ ଆମ ପାଖରେ ଟ୍ୟାଲେଣ୍ଟର ଅଭାବ ନାହିଁ। କିନ୍ତୁ ଏହାକୁ ଠିକ୍‍ ଭାବେ କାର୍ଯ୍ୟକାରୀ କରାଯାଇପାରୁନାହିଁ। ଆମ ପାଖରେ ଥିବା ଟ୍ୟାଲେଣ୍ଟମାନଙ୍କୁ ଠିକ୍‍ ଦିଗରେ କାର୍ଯ୍ୟକ୍ଷମ କରିବା ପାଇଁ କାର୍ଯ୍ୟକ୍ରମ କରାଯିବ। ବିଗତ ଦିନରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯାହା ଘଟିଥିଲା ସେସବୁକୁ ଅନୁଧ୍ୟାନ କରାଯାଇ ଇଣ୍ଡଷ୍ଟ୍ରିର ଉନ୍ନତି ପାଇଁ କାର୍ଯ୍ୟ କରାଯିବ।
ଫିଲ୍ମ କ୍ୟାରିଅର :
୧୯୭୧ ମସିହା ସେପ୍ଟେମ୍ବର ୧୬ରେ ଜନ୍ମ ହୋଇଥିବା ଯୋଶୀ ୧୯୯ରେ ‘ଭୋପାଳ ଏକ୍ସପ୍ରେସ’ରୁ ତାଙ୍କ ଇନିଂସ ଆରମ୍ଭ କରିଥିଲେ। ୨୦୦୧ରେ ରାଜକୁମାର ସନ୍ତୋଷୀଙ୍କ ଫିଲ୍ମ ‘ଲଜ୍ଜା’ରେ ଗୀତ ଲେଖି ସେ ଲୋକଲୋଚନକୁ ଆସିଥିଲେ। ଏହି ଫିଲ୍ମ ବହୁ ବ୍ୟବସାୟିକ ସଫଳତା ପାଇଥିଲା। ପରେ ୟସ ଚୋପ୍ରାଙ୍କ ‘ହମ୍‍ ତୁମ୍‍’ରେ ଗୀତ ଲେଖିବାର ସୁଯୋଗ ପାଇଥିଲେ। ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସଜରେ ବାଜିମାତ୍‍ କରିଥିଲା।
ଫନା, ରଙ୍ଗ ଦେ ବାସନ୍ତୀ, ତାରେ ଜାମିନ୍‍ ପର, ବ୍ଲାକ ଏବଂ ଦିଲ୍ଲୀରେ ସେ ଗୀତକାର ଭାବେ ସୁଯୋଗ ପାଇଥିଲେ। ‘ରଙ୍ଗ ଦେ ବାସନ୍ତୀ’ରେ ସେ ଡାଇଲଗ୍‍ ଲେଖି ଚର୍ଚ୍ଚାରେ ରହିଥିଲେ। ‘ଫନା’ ଚଳଚ୍ଚିତ୍ରକୁ ପରିଚୟ ଦେଇଥିବା ଗୀତ ‘ଚାନ୍ଦ ସିଫାରିସ’ ଗୀତ ହେଉଛି ଯୋଶୀଙ୍କ ପାଇଁ ମାଇଲଖୁଣ୍ଟ। ଏହି ଗୀତ ପାଇଁ ସେ ୨୦୦୭ରେ ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇଥିଲେ।
୨୦୧୪ରେ ‘ଭାଗ ମିଲଖା ଭାଗ’ରେ ସ୍କ୍ରିପ୍ଟ ଲେଖି ପୁରସ୍କାର ପାଇଥିଲେ।

Tags: Prasoon Joshi, Bhaag Milkha Bhaag, Bollywood, Cine Industry, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment