ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀ ମନ୍ଦିରରେ ବିକ୍ରି ହେଉଛି ଅଶୁଦ୍ଧ ଘିଅ। ପ୍ରଶାସନ ପକ୍ଷରୁ ଯାଞ୍ଚ ବେଳେ ଏହି ସାଂଘାତିକ ଚିତ୍ର ପଦାକୁ ଆସିଥିଲା।
ପୁରୀ ଜିଲ୍ଲାପାଳ ଓ  ମୁଖ୍ୟ ପ୍ରଶାସକ ଯାଞ୍ଚ କରିବା ବେଳେ କେତେକ ଦୋକାନୀ ନିମ୍ନମାନର ଘିଅ ବିକ୍ରି କରୁଥିବା ଧରା ପଡିଥିଲା। ଏହାକୁ ଜିଲ୍ଲାପାଳ ଜବତ କରିଛନ୍ତି। ଶୁଦ୍ଧ ଘିଅ ବିକ୍ରି ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି।
ସୋମବାର ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ ଜେନା ଓ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କିଛି ଦୀପ ଦୋକାନ ଯାଞ୍ଚ କରିଥିଲେ। କେତେକ ଦୋକାନୀ ପୁରୁଣା ଘିଅ ବିକ୍ରି କରୁଥିବା ଜଣାପଡିଥିଲା।
୩ ତାରିଖରୁ ଶ୍ରୀମନ୍ଦିରରେ ଶୁଦ୍ଧ ଘିଅ ବିକ୍ରି କରାଯିବା ପାଇଁ ନିର୍ଦ୍ଦଶେ ଦିଆଯାଇଥିଲା। ସେଥିପାଇଁ ଦୋକାନୀମାନଙ୍କୁ ରିହାତି ମୂଲ୍ୟରେ ଓମଫେଡ୍ ଘିଅ ଯୋଗାଇ ଦିଆଯାଉଛି। କିନ୍ତୁ କିଛି ଦୋକାନୀ ଏହାକୁ ମାନୁ ନ ଥିବାରୁ ଯାଞ୍ଚ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।

Tags: Shree Mandir, Lord Jagannath, Jagannath Temple, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment