ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍ ହିରୋଇନ, କ୍ରିକେଟରଙ୍କ ପ୍ରେମରେ ପଡ଼ିବା କିଛି ନୂଆ ନୁହେଁ। ଏବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲୀଙ୍କ ପ୍ରେମକାହାଣୀ ତ ହାଣ୍ଡରେ ପଡ଼ି ହାଟରେ ଗଡୁଛି। ଅନୁଷ୍କା-କୋହଲୀଙ୍କ ଯୋଡ଼ିକୁ ନେଇ ଚର୍ଚ୍ଚା ଯେତିକି ବିବାଦ ମଧ୍ୟ ସେତିକି। ଏବେ ଆଉ ଜଣେ ୟଙ୍ଗ୍ କ୍ରିକେଟରଙ୍କ ପ୍ରେମ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି।
ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥିବା ଟିମ୍ ଇଣ୍ଡିଆରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ହାର୍ଦ୍ଦିକ ପାଣ୍ଡ୍ୟାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଚର୍ଚ୍ଚା, ତାଙ୍କ ବ୍ୟାଟରୁ ଛକା ଚୌକା ବର୍ଷଣ ଯୋଗୁଁ ନୁହେଁ, ଚର୍ଚ୍ଚା ଲାଗିରହିଛି ତାଙ୍କର କିଛି ଟ୍ୱିଟକୁ ନେଇ।
ଶ୍ରୀଲଙ୍କା ଗସ୍ତବେଳେ ଜଣେ ବଲିଉଡ୍ ଷ୍ଟାରଙ୍କୁ କରିଥିବା ଟ୍ୱିଟ୍ ଭାଇରାଲ ହୋଇଯାଇଛି। ହଜାର ହଜାର କମଣ୍ଟେ ସହ ତାଙ୍କର କିଛି ଫ୍ୟାନ୍ ତାଙ୍କୁ ଉପଦେଶ ବି ଦେଇଛନ୍ତି। ତାଗିଦ କରି କିଛି ଫ୍ୟାନ୍ ଲେଖିଛନ୍ତି, ‘କ୍ରି​‌କେଟ୍ ଉପରେ ଧ୍ୟାନ ଦିଅ, ବଲିଉଡ୍ ସୁନ୍ଦରୀଙ୍କ ପଛରେ ଗୋଡାଅ ନାହିଁ।’
ଏଥର ସୁଯୋଗ ହାତଛଡା ହୋଇଯାଇଛି, ୨୦୧୯ ବିଶ୍ୱକପରେ ପାକିସ୍ତାନକୁ ପାନେ ଦେବାକୁ ପରାମର୍ଶ ଦେଇଛନ୍ତି ହାର୍ଦ୍ଦିକଙ୍କ କ୍ରିକେଟ୍ ଫ୍ୟାନ।
ଜାଣିବା, କାହିଁକି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏତେ ହଟଚମଟ।
ନିକଟରେ ବଲିଉଡ୍ ଅଭିନେତ୍ରୀ ପରିଣିତି ଚୋପ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ଅପଲୋଡ୍ କରିଥିଲେ, କ୍ୟାପସନରେ ଲେଖାଯାଇଥିଲା, ‘ସବୁଠୁ ଭଲ ପାର୍ଟନରଙ୍କ ସହ ଏକ ପରଫେକ୍ଟ ଟ୍ରିପ୍, ଚାରିଆଡେ ପ୍ରେମ ହିଁ ପ୍ରେମ।’
ଏହାପରେ ପରିଣତିଙ୍କ ଟ୍ୱିଟକୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ଟ୍ୱିଟ୍ କରି ଲେଖିଥିଲେ, “ମୁଁ ଅନୁମାନ ଲଗାଇପାରିବି କି? ଲାଗୁଛି ଏହା ବଲିଉଡ୍ ଓ କ୍ରିକେଟ୍ ମଧ୍ୟରେ ଆଉ ଏକ ସଂପର୍କ।”
ଏହାପରେ ତୁରନ୍ତ ଆଉ ଟ୍ୱିଟ୍ କରି ହାର୍ଦ୍ଦିକଙ୍କୁ ଉତ୍ତର ଦେଲେ ପରିଣିତି ଚୋପ୍ରା, ଲେଖିଲେ, “ହେଇପାରେ, ନହୋଇପାରେ ବି। ମୁଁ କେବଳ ଏତିକି କହିବି, ସୁରାଗ ଏହି ଫଟୋରେ ରହିଛି।”
ପରିଣିତି ଓ ହାର୍ଦ୍ଦିକଙ୍କ ରୋମାଣ୍ଟିକ୍ ଟ୍ୱିଟ ପରେ ଆରମ୍ଭ ହୋଇଗଲା ସୋସିଆଲ ମିଡିଆରେ ଚର୍ଚ୍ଚା।
ତେବେ ବଲିଉଡରେ କୁହାକୁହି ହେଉଛନ୍ତି ଯେ ଦୁଇ ‘ଲଭ୍ ବାର୍ଡ’ କିଛି ମାସ ହେଲା ଲୁଚାଛପାରେ ପରସ୍ପର ସହ ସମୟ କାଟୁଛନ୍ତି। ହେଲେ କ୍ରିକେଟ୍ ପିଚରେ କାଳେ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଖରାପ ହେବ, ଆଉ ସେ ଅଯଥାରେ କ୍ରିକେଟ୍ ଫ୍ୟାନଙ୍କ କ୍ରୋଧର ଶିକାର ହେବେ, ସେଥିପାଇଁ ଖୋଲାଖୋଲି ପ୍ରେମ ପାଇଁ ଭାରି ଡରୁଛନ୍ତି ପରିଣିତି।

Tags: Parineeti Chopra, Hardik Pandya, Cricketer, Social Media, Media, Bollywood, Bollywood Story, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

Comment