ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଲବାହିନୀର ଏବେ ନୂଆ ଠିକଣା ପାଲଟିଛି କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ (କେକେବିଏନ୍) ଡିଭିଜନ। ଏମିତି ଏକ ରୋଚକପୂର୍ଣ୍ଣ ତଥ୍ୟ ଦେଇଛନ୍ତି ଓଡିଶା ପୋଲିସର ମହା ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଛତିଶଗଡ ଓ ଝାଡଖଣ୍ଡ ସୀମାନ୍ତରେ ମାଓବାଦୀମାନଙ୍କୁ ସୁରକ୍ଷା କର୍ମୀମାନେ ବାରମ୍ବାର ଝଟକା ଦେଉଥିବାରୁ ଲାଲବାହିନୀ ତାଙ୍କ ରୁଟ୍ ବଦଳାଇଛନ୍ତି।
ଏହି କେ-କେ-ବି-ଏନ୍ ଡିଭିଜନ ଲାଲବାହିନୀ ପାଇଁ ନୂଆ ରୁଟ୍ ପାଲଟିଥିବା ଡିଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଡିଜି ଡାକ୍ତର ଶର୍ମା ଆହୁରି କହିଛନ୍ତି ଯେ, ଗତ ୩ ବର୍ଷ ହେଲା ଲାଲବାହିନୀ ଏହି ଡିଭିଜନରେ ସଙ୍ଗଠନ ବଢ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଓଡ଼ିଶା ପୋଲିସ ଏବଂ ଏସ୍‌ଓଜି ଯବାନମାନେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଏହି ଡିଭିଜନରେ ବିଗତଦିନରେ ୩୦ ଥର ପୋଲିସ଼-ମାଓବାଦୀ ଗୁଳିବିନିମୟ ହୋଇଛି। ୬ ଜଣ ମାଓବାଦୀ ନିହତ ହୋଇଛନ୍ତି।
କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଖାମାଖୋଲ ଜଙ୍ଗଲରେ ସେପ୍ଟେମ୍ବର ୧୦ ତାରିଖରେ ମାଓବାଦୀ-ଏସ୍‌ଓଜି ଯବାନଙ୍କ ମଧ୍ୟ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ମହିଳା ମାଓବାଦୀ ଏସ୍‌ଓଜି ଯବାନଙ୍କ ଗୁଳିରେ ନିହତ ହୋଇଥିବା ଡିଜି କହିଛନ୍ତି। ନିହ ମାଓବାଦୀ ଜଣକ ହେଲେ ଛତିଶଗଡ ଗରିଆବନ୍ଧ ଜିଲ୍ଲାର ବନିଲା।
ଏସ୍‌ଓଜି ଯବାନମାନେ ସର୍ଚ୍ଚ ଅପରେସନ୍ ସାରି ଫେରୁଥିବା ବେଳେ ଖାମାଖୋଲ ଜଙ୍ଗଲର ଏକ ନାଳ ନିକଟରେ ମାଓବାଦୀମାନେ ବୁଲୁଥିବା ଦେଖିବାକୁ ମିଳିଥିଲା। ମାଓବାଦୀମାନେ ଏସ୍‌ଓଜି ଯବାନମାନଙ୍କୁ ଦେଖି ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। ପ୍ରାୟ ୪୫ ମିନିଟ୍ ଧରି ଉଭୟଙ୍କ ମଧ୍ୟ ଗୁଳି ବିନିମୟ ଘଟିଥିଲା। ଫଳରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ।
ଏସ୍‌ଓଜି ଯବାନମାନେ ନାଳ ନିକଟକୁ ଯାଇ ସର୍ଚ୍ଚ କରିବା ବେଳେ ମହିଳା ମାଓବାଦୀ ଜଣକ ପ୍ରାଣ ହରାଇ ପଡି ରହିଥିଲେ। ମୃତ ମାଓବାଦୀଙ୍କଠାରୁ ୩ ନୋଟ୍ ୩ ରାଇଫଲ୍, ୧୩ ରାଉଣ୍ଡ ଗୁଳି, ଗୋଟିଏ କ୍ୟାମେରା, ମାଓବାଦୀ ପୁସ୍ତିକା, ମାନଚିତ୍ର ଏବଂ ନଗଦ ୪ ହଜାର ଟଙ୍କା ଜବତ କରାଯାଇଛି। ଏହି ଅଞ୍ଚଳରେ କୋମ୍ବିଂ ଅପରେସନ ଜାରି ରହିଛି।
କନ୍ଧମାଳ ଜିଲ୍ଲାରେ ଯବାନଙ୍କ ଏନ୍‌କାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହେବା ଘଟଣା ପ୍ରଥମ। ଏହା ଓଡିଶା ପୋଲିସ ପାଇଁ ଏକ ବଡ ସଫଳତା ବୋଲି ଡିଜି ସୂଚନା ଦେଇଛନ୍ତି।
Tags: Lal Bahini Maoist, Maoists, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here