ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋବାଇଲ ଫୋନ ପାଇଁ ନିଜ ପୁଅକୁ ବିକ୍ରି କରିଦେଇଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକରେ। ବଳରାମ ମୁଖୀ ନାମକ ଜଣେ ବ୍ୟକ୍ତି ତା’ର ୧୧ ମାସର ଶିଶୁପୁତ୍ରକୁ ବିକି, ସେହି ଟଙ୍କାର କିଛି ଅଂଶରେ ମୋବାଇଲ ଫୋନ କିଣିଥିବା ଅଭିଯୋଗ ହୋଇଛି। ବଳରାମ ମୁଖୀ ଏବଂ ଏହି କାର୍ଯ୍ୟ ପାଇଁ ତାଙ୍କୁ ସହଯୋଗ କରିଥିବା ବଳିଆକୁ ଭଦ୍ରକ ପୋଲିସ ଗିରଫ କରିଛି।
ସୂଚନା ଅନୁସାରେ ଝାଡୁଦାର ଭାବେ କାମ କରୁଥିବା ବଳରାମ ଜଣେ ନିଶାଖୋର। ପୁଅକୁ ହରାଇଥିବା ଜଣେ ବୟସ୍କ ଦମ୍ପତି ବଳରାମ ସହ ଯୋଗାଯୋଗ କରିବାରୁ ଶିଶୁପୁଅକୁ ବିକ୍ରି କରି ଟଙ୍କା ରୋଜଗାର କରିବା ସୁଯୋଗକୁ ସେ ହାତଛଡ଼ା କରିନଥିଲା।
୨୩ ହଜାର ଟଙ୍କାରେ ପୁଅକୁ ବିକ୍ରି କରି ସେ ୨ ହଜାର ଟଙ୍କା ଦେଇ ଏକ ମୋବାଇଲ ଫୋନ କିଣିଥିବା ଜଣାପଡିଛି। ୭ ବର୍ଷର ଝିଅ ପାଇଁ ରୁପାର ଏକ ବଳା ମଧ୍ୟ କିଣିଛି ବଳରାମ। ତେବେ ବଳିଥିବା ଟଙ୍କାରେ ମଦ ପିଇ ଦେଇଥିବା କହିଛି ପୋଲିସ।
ବଳରାମଙ୍କ ପତ୍ନୀ ସୁକୁତିକୁ ପୋଲିସ ପଚରାଉଚରା ପରେ ଛାଡିଦେଇଛି। ତେବେ ବଳରାମଙ୍କ ଶଳା ଏହି ଡିଲ୍‍ କରାଇ ୨ ହଜାର ଟଙ୍କା ନେଇଥିବାରୁ ତାଙ୍କୁ ଗିରଫ କରିଛି ପୋଲିସ। ସେହିପରି ଏହି ଡିଲରେ ମଧ୍ୟସ୍ଥ କରି ଅଙ୍ଗନବାଡି ସହାୟିକା ୨୦ ହଜାର ଟଙ୍କା ନେଇଥିବା ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଖୋଜୁଛି। ଦାରିଦ୍ର୍ୟ ଓ ନିଶା ମଣିଷକୁ କିପରି ଏତେ ତଳକୁ ନେଇଯାଏ, ଆଲୋଚନା ହେଉଛି ଭଦ୍ରକ ଅଞ୍ଚଳରେ।

Tags: Selling Children, Humanity, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

LEAVE A REPLY

Please enter your comment!
Please enter your name here