ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ୍ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ମନ୍ଦିର ଭିତରକୁ ସେବାୟତମାନେ ସ୍ମାର୍ଟଫୋନ୍ ନେବା ଉପରେ ପ୍ରଶାସନ କଟକଣା ଜାରି କରିଛି। ବୁଧବାର ହୋଇଥିବା ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ କାର୍ତ୍ତିକ ନୀତି ନେଇ ଛତିଶାନିଯୋଗ ବୈଠକ ବସିଥିଲା। ଏଥିରେ କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ ନୀତିକାନ୍ତି ନେଇ ସମୟ ନିର୍ଘଣ୍ଟ ସ୍ଥିର କରାଯାଇଛି। ସେହିପରି କାର୍ତ୍ତିକ ମାସରେ ଭକ୍ତମାନେ ବିନା ପ୍ରତିବନ୍ଧକରେ ଯେପରି ଅବଢ଼ା ପାଇପାରିବେ ସେ ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି।
ଏହି ବୈଠକରେ ସେବାୟତଙ୍କ ସ୍ମାର୍ଟଫୋନ୍ ନେବା ଉପରେ କଟକଣା ଜାରି କରାଯାଇଛି। ପୂର୍ବରୁ ଶ୍ରଦ୍ଧାଳୁମାନେ ଫୋନ୍ ନେବା ଉପରେ ବାରଣ କରାଯାଇଥିଲା। ଏବେ ସେବାୟତଙ୍କ ଉପରେ କଟକଣା ଜାରି କରାଯାଇଛି। ପ୍ରଶାସନ ସେମାନଙ୍କୁ ସ୍ୱତନ୍ତ୍ର ଫିଚର ଫୋନ୍ ଏବଂ ସିୟୁଜି ପ୍ରଦାନ କରିବ।
କିଛିଦିନ ତଳେ ପଶ୍ଚିମବଙ୍ଗର ଜଣେ ଶ୍ରଦ୍ଧାଳୁ ମନ୍ଦିର ଭିତରେ ସେଲ୍‌ଫି ନେଇ ସୋସିଆଲ ମିଡିଆରେ ଅପ୍‌ଲୋଡ୍ କରିଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା।

LEAVE A REPLY

Please enter your comment!
Please enter your name here