ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ପରେ ସମ୍ବଲପୁରର ବୁର୍ଲାଠାରେ ପ୍ରତିଷ୍ଠା ହୋଇଛି ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିୟମ୍। ଏହାକୁ ମିଜାଇଲ୍ ମ୍ୟାନ୍ ତଥା ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କ ନାମରେ ନାମିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାନେଟୋରିୟମକୁ ଶୁକ୍ରବାର ଉଦଘାଟନ କରିବା ପରେ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀ ସୋଲାର ସିଷ୍ଟମ ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ପାଇବେ।

ଏହି ପ୍ଲାନେଟୋରିୟମ୍ ନିର୍ମାଣ ପାଇଁ ୫.୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ୧୭୦ରୁ ୧୮୦ ପର୍ଯ୍ୟଟକ ଏକାଥରେ ବସିପାରିବା ଭଳି ସୁବିଧା ରହିଛି। ଏହି ପ୍ଲାନେଟୋରିୟମ୍ ପ୍ରତିଷ୍ଠା ହେବା ପରେ ପଶ୍ଚିମ-ଓଡ଼ିଶାର ଛାତ୍ରଛାତ୍ରୀ ସୋଲାର ସାଇନ୍ସ ଏବଂ ଜ୍ୟୋତିଷ ଶାସ୍ତ୍ର ସମ୍ପର୍କରେ ଅଧିକ ତଥ୍ୟ ଜାଣିପାରିବେ।
ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି,”ପଶ୍ଚିମ ଓଡ଼ିଶାର ଏହା ହେଉଛି ପ୍ରଥମ ଏବଂ ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିୟମ୍। ପଶ୍ଚିମ-ଓଡ଼ିଶାର ଛାତ୍ରଛାତ୍ରୀମାନେ ସୋଲାର ସିଷ୍ଟମ ସମ୍ପର୍କରେ କେବଳ ବହିରେ ପଢ଼ୁଥିଲେ। ଏବେ ଏହି ପ୍ଲାନେଟୋରିୟମ୍ ଲୋକାର୍ପଣ ହେବା ପରେ ଛାତ୍ରଛାତ୍ରୀମାନେ ବିଶେଷଭାବେ ଉପକୃତ ହେବେ।“
ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମ୍ବଲପୁରରେ ୧୦ଟି ସିଟି ବସ୍ ସେବାକୁ ଫ୍ଲାଗ୍ ଅଫ୍ କରିଥିବା ବେଳେ ଡୁଙ୍ଗୁରିପାଲି ସେତୁର ଶିଳାନ୍ୟାସ କରିଛନ୍ତି। ମୋଦିପଡ଼ାଠାରେ ଅତ୍ୟାଧୁନିକ ସୁଇମିଂ ପୁଲ୍ ଓ ବୁର୍ଲାଠାରେ ଏକ ସାଇନ୍ସ ପାର୍କ ଉଦଘାଟନ କରିଛନ୍ତି।