ଓଡ଼ିଶାଲାଇଭ୍ ବ୍ୟୁରୋ

ବିଚକ୍ଷଣ ଭାରତୀୟ ମହାକାଶ ବିଜ୍ଞାନୀ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ତାଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି।

ଡକ୍ଟର ଏପିଜେ ଅବଦୁଲ କଲାମ। ଭାରତର ଜଣେ ଏମିତି ବ୍ୟକ୍ତିତ୍ୱ ଯାହାକୁ ପୂରା ବିଶ୍ୱ ମିସାଇଲ ମ୍ୟାନ ଭାବେ ଜାଣିଛି। ତାଙ୍କ ସୁବିଚାର ଆଜିବି ଅନେକଙ୍କୁ ପ୍ରେରଣା ଯୋଗାଉଛି। ଜୀବନକୁ ନେଇ ସେ ଦେଇଥିବା ଅନେକ ସୁବିଚାର ବିଭିନ୍ନ ସ୍କୁଲ ଓ କଲେଜ କାନ୍ଥରେ ଲଗାଯାଉଛି। ଯାହାକୁ ଦେଖି ଛାତ୍ର ସମାଜ ପ୍ରେରିତ ହେଉଛନ୍ତି।

୨୦୧୫ ଆଜିର ଦିନରେ ଭାରତ ହରାଇ ଥିଲା କାଲାମଙ୍କ ଭଳି ଜଣେ ଅମୂଲ୍ୟ ରତ୍ନକୁ। ଆଜି ସେହି ମହାନ ବ୍ୟକ୍ତିଙ୍କର ସପ୍ତମ ଶ୍ରାଦ୍ଧବାର୍ଷିକୀ।

୧୯୩୧, ଅକ୍ଟୋବର ୧୫ରେ ତାମିଲନାଡୁରେ ଜନ୍ମ ହୋଇଥିଲେ କଲାମ। ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ୧୧ତମ ରାଷ୍ଟ୍ରପତି ଥିଲେ। ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ।

ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିସାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଥିଲା। କାଲାମ ତାଙ୍କ ଜୀବନ କାଳରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି।

ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ କଲାମଙ୍କୁ ୧୯୯୭ରେ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା।

୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ।

କଲାମଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶାର ଧାମରାରେ ଥିବା ହ୍ୱିଲର ଦ୍ୱୀପକୁ ବିଧିବଦ୍ଧ ଭାବେ ଅବଦୁଲ କାଲାମ ଦ୍ୱୀପ ଘୋଷଣା କରାଯାଇଥିଲା।

୨୭ ଜୁଲାଇ ୨୦୧୫ ମେଘାଳୟର ଶିଲଂରେ ଏକ ସଭାରେ ଭାଷଣ ଦେବା ସମୟରେ ହୃଦଘାତ ଯୋଗୁଁ କଲାମଙ୍କ ନିଧନ ହୋଇଥିଲା

Tags: #APJAbdulkalam #AbdulKalam #MissileManofIndia #

Comment