ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗ୍ନି-୨ ବାଲାଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ ହୋଇଛି। ଶନିବାର ସନ୍ଧ୍ୟା ୭ଟା ୩୦ରେ ବାଲେଶ୍ୱରର ଅବଦୁଲ କାଲାମା ଦ୍ୱୀପରୁ ଏହାର ଉତକ୍ଷେପଣ କରାଯାଇଥିଲା।

ପରୀକ୍ଷଣ ଦୃଷ୍ଟିରୁ ଏହି ଉତକ୍ଷେପଣ ଅନେକ ଗୁରୁତ୍ୱ ବହନ କରୁଥିଲା। ପ୍ରଥମ ଥର ପାଇଁ ଏହି ମିସାଇଲକୁ ରାତିରେ ଉତକ୍ଷେପଣ କରାଯାଇଥିଲା। ଏହି ମିସାଇଲ ୨ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି।

ଅଗ୍ନି-୨ ମିସାଇଲ୍ ଆକାରରେ ୨୦ମିଟର ଲମ୍ବା ହୋଇଥିଲା ବେଳେ ଏହା ଏକ ହଜାର କିଲୋଗ୍ରାମ ଓଜନକୁ ବୋହି ନେବାକୁ ସକ୍ଷମ ରଖିଛି। ଅଗ୍ନି-୨ର ଏହି ମିସାଇଲକୁ ଇଣ୍ଟିଗ୍ରେଟେଡ୍ ମିସାଇଲ୍ ଡେଭଲପମେଣ୍ଟ ପୋଗ୍ରାମ ଅନୁସାରେ ନିର୍ମାଣ କରାଯାଇଛି। ଏହାପୂର୍ବରୁ  ଅଗ୍ନି-୧, ଅଗ୍ନି-୩, ଅଗ୍ନି-୪ ଓ ଅଗ୍ନି-୫ର ମଧ୍ୟ ନିର୍ମାଣ ହୋଇସାରିଛି।

Comment