ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବିଜେପିର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ ରାଜ୍ୟ ସଭାପତିମାନେ ଯୋଗଦେବେ। ପାଖାପାଖି ୨୦୦ରୁ ଊର୍ଦ୍ଧ୍ୱ ରାଜନେତା ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
୨୦୧୪ ନିର୍ବାଚନରେ ବିଜେପି ଯେଉଁ ଯେଉଁ ଆସନରେ ଅସଫଳ ହୋଇଛି ସେ ଆସନକୁ ସୁଦୃଢ଼ କରିବା ସହ ମିଶନ ୩୫୦ ଲକ୍ଷ୍ୟରେ ବିଜେପି ରହିଛି। ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଦଳ ବୈଠକରେ ରାଜନୈତିକ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି । ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ସମ୍ବୋଧିତ କରିବେ। ବୈଠକ ପରେ ରାଜନୈତିକ ଘୋଷଣା ପତ୍ର ଜାରି ହେବ।  ଏହି ବୈଠକରେ ମଧ୍ୟ ଜିଏସ୍‌ଟି ପରେ ଦେଶର ଅର୍ଥନୈତିକ ପରିବର୍ତ୍ତନ ଓ ବିମୁଦ୍ରାକରଣ ପ୍ରସଙ୍ଗ, ରୋହିଗ୍ୟା ମୁସଲମାନ ଦୀନଦୟାଲ ଉପାଧ୍ୟାୟଙ୍କ ଶତବାର୍ଷିକୀ ଉତ୍ସବ ପାଳନ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହି କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇପାରେ।

LEAVE A REPLY

Please enter your comment!
Please enter your name here