ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ୍ରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ’2.0’ କରିବ ଧମାଲ୍। ଏକସଙ୍ଗରେ ୧୫ ହଜାର ସ୍କ୍ରିନ୍ରେ ରିଲିଜ୍ ହେବ ଏହି ସିନେମା।
ଚୀନ୍ରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ’2.0’ କରିବ ଧମାଲ୍। ଏକସଙ୍ଗରେ ୧୫ ହଜାର ସ୍କ୍ରିନ୍ରେ ରିଲିଜ୍ ହେବ ଏହି ସିନେମା।
‘2.0’ରେ ଡକ୍ଟର ବସୀଗରଣ ଭୂମିକାର ଅଭିନୟ କରୁଛନ୍ତି ରଜନୀକାନ୍ତ, ଯିଏ ନିଜ ପ୍ରଚେଷ୍ଟାରେ ଏକ ରୋବଟ୍ ତିଆରି କରୁଛନ୍ତି। ଅକ୍ଷୟ କୁମାର ଡକ୍ଟର ରିଚାର୍ଡ ଭୂମିକାରେ ନଜର ଆସିବେ। କାହାଣୀ ଅନୁସାରେ ଅକ୍ଷୟ ଚଳଚ୍ଚିତ୍ରରେ ନିଜ ଉପରେ ଏକ ବିପଦପୂର୍ଣ୍ଣ ପରୀକ୍ଷଣର ଟ୍ରାଏଲ୍ ନେବେ, ଯାହାପରେ ସେ ଲୋକମାନଙ୍କୁ ମାରିବାକୁ ଲାଗିଯା’ନ୍ତି। ଡକ୍ଟର ବସୀଗରଣ (ରଜନୀକାନ୍ତ) ନିଜ ରୋବଟ୍ ମାଧ୍ୟମରେ ଲୋକମାନଙ୍କୁ ଡକ୍ଟର ରିଚାର୍ଡ (ଅକ୍ଷୟ)ଙ୍କଠାରୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ଏହି କାହାଣୀକୁ ନେଇ ତିଆରି ହୋଇଛି ’ରୋବଟ୍’ ସିନେମାର ସିକ୍ୱେଲ୍ ‘2.0’।
୨୦୧୦ରେ ରିଲିଜ୍ ହୋଇଥିବା ‘ରୋବଟ୍’ ଚଳଚ୍ଚିତ୍ରର ସିକ୍ୱେଲ୍ ‘2.0’ ତିଆରିରେ ୪୦୦ କୋଟିର ବଜେଟ୍ ବ୍ୟୟ ହୋଇଥିବାବେଳେ ଏହାର ମାର୍କେଟିଂ ମୂଲ୍ୟ ପ୍ରାୟ ୧୫୦ କୋଟି। ଏହି ସିନେମା ୨୦୧୮ରେ ରିଲିଜ୍ ହେବାର ଯୋଜନା କରାଯାଇଛି। ଡିସେମ୍ବର ମାସରେ ‘2.0’ର ଟ୍ରେଲର୍ ରିଲିଜ୍ ହେବାକୁ ଯାଉଛି।