ଓଡ଼ିଶାଲାଇଭ୍ ବ୍ୟୁରୋ

  ୯ ଦିନରେ ପହଞ୍ଚିଛି କଟକରୁ କାଠମାଣ୍ଡୁ ସାଇକେଲ ଯାତ୍ରା। ଏହି ଯାତ୍ରାରେ ସାମିଲ୍‌ ହୋଇଥିବା ୮ ଜଣିଆ ଟିମ୍‌ ଆଜି ସନ୍ଧ୍ୟାରେ ଉତ୍ତରପ୍ରଦେଶର ଗୋରଖପୁରରେ ପହଞ୍ଚିଛନ୍ତି। ଗୋଟିଏ ଦିନରେ ୧୨୩ କି ମି ଯାତ୍ରା ଏବଂ ଐତିହ୍ୟ ସମ୍ପନ୍ନ ବାରାଣାସୀ ସହରର କିଛି ମିଠା ସ୍ମୃତି ‘ଓଡ଼ିଶାଲାଇଭ୍‌’ ସହ ବାଣ୍ଟିଛନ୍ତି।

ଉତ୍ତରପ୍ରଦେଶର ଗୋରଖପୁରରେ ଶୁକ୍ରବାର ସନ୍ଧ୍ୟାରେ ପହଞ୍ଚିଛନ୍ତି ଓଡ଼ିଶାର ଦୁଃସାହସିକ ସାଇକେଲ୍‌ ଯାତ୍ରୀ। ରାସ୍ତାରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ଏମାନେ ଗୋଟିଏ ନିଶ୍ବାସରେ ୧୨୩ କି.ମି. ରାସ୍ତା ଅତିକ୍ରମ କରିଛନ୍ତି। ଆଜମଗଡ଼ରୁ ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିବା ଯାତ୍ରା ଗୋରଖପୁରରେ ଶେଷ ହୋଇଛି।
ସାଇକେଲ୍‌ ଯାତ୍ରୀଙ୍କ ପାଇଁ ୩ ତାରିଖର ଯାତ୍ରା ବହୁ ଗୁରତ୍ବପୂର୍ଣ୍ଣ ଥିଲା। ଏହିଦିନ ସେମାନେ ରେଣୁକୋଟରୁ ବାରାଣାସୀ ଯାତ୍ରା କରିଥିଲେ। ସାଇକେଲ ଯାତ୍ରୀଙ୍କୁ ରେଣୁକୋଟ ପାହାଡ଼ର ସୁର୍ଯ୍ୟୋଦୟ ସ୍ବାଗତ କରିଥିବା ବେଳେ ରେଣୁକୋଟର ଘଞ୍ଚ ଜଙ୍ଗଲ ଏମାନଙ୍କୁ ରୋମାଞ୍ଚିତ କରିଥିଲା। ଏହି ସୌନ୍ଦର୍ଯ୍ୟଭରା ଦୃଶ୍ୟକୁ ପଛକରି ଐତିହ୍ୟ ସମ୍ପନ୍ନ ସହର ବାରାଣାସୀରେ ପ୍ରବେଶ କରିଥିଲେ ସାଇକେଲ୍ ଯାତ୍ରୀ। ବାରାଣାସୀର ମାଟି ଏବଂ ଖାଲ ଢ଼ିପ ରାସ୍ତା ଦୁଃସାହସିକ ସାଇକେଲ୍‌ ଯାତ୍ରୀଙ୍କୁ ସ୍ବାଗତ କରିଥିଲା।
ବାରାଣାସୀରେ ଗଙ୍ଗା ଅଳତୀ ଦେଖିବା ସହ ସନ୍ଧ୍ୟାରେ କାଶୀ ବିଶ୍ବନାଥଙ୍କୁ ଦର୍ଶନ କରିଥିଲେ। କେଦାର ଘାଟରେ ଗଙ୍ଗା ଦର୍ଶନ କରିବା ପରେ ଆଜମଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଆଜମଗଡ଼ରୁ ଏହି ଯାତ୍ରୀ ଆଜି ଗୋରଖପୁରରେ ପହଞ୍ଚିଛନ୍ତି।
୨୮ ତାରିଖରୁ କଟକ ବାରବାଟୀ ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ୯ ଦିନରେ ପହଞ୍ଚିଛି। ଏହି ୮ ଜଣିଆ ଟିମ୍‌ରେ ବରିଷ୍ଠ ଆଇପିଏସ୍‌ ଅଫିସର ସଞ୍ଜିବ ପଣ୍ଡା, ଏଣ୍ଟ୍ରେପ୍ରେନ୍ବର ଅଜୟ କୁମାର ନନ୍ଦ, ପ୍ରଫେସର ଗୋପାଳକୃଷ୍ଣ ସାହୁ, ଏଣ୍ଟ୍ରେପ୍ରେନ୍ବୟର  ଅକ୍ଷୟପଦ୍ମ ମହାପାତ୍ର, ବିଜିନେସ୍‌ ମ୍ୟାନ୍ ମନୋଜ କୁମାର ପୃଷ୍ଟି, ଫ୍ରିଲାନ୍ସର ଲେଖକ ସନ୍ତୋଷ କୁମାର ରାଉତ ଏବଂ ରେଳବାଇ ପୋଲିସର ଅମିତ କୁମାର ପାଇକରାୟ ସାମିଲ୍‌ ହୋଇଛନ୍ତି।

 

 

LEAVE A REPLY

Please enter your comment!
Please enter your name here