ଓଡ଼ିଶାଲାଇଭ୍ ବ୍ୟୁରୋ

ରଘୁରାମ ରାଜନ୍‌ଙ୍କୁ ମିଳିପାରେ ଅର୍ଥନୀତିରେ ନୋବେଲ୍। ଟପ୍‌ ୬ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଭିତରେ ରାଜନ୍‌ଙ୍କ ନାମ ଅଛି। କୋର୍ପୋରେଟ୍ ଫାଇନାନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜନଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିପାରେ।

ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନଙ୍କୁ ଅର୍ଥନୀତିରେ ଚଳିତ ବର୍ଷର ନୋବେଲ ପୁରସ୍କାର ମିଳିପାରେ। ଏ ବର୍ଷର ପୁରସ୍କାର ପାଇଁ ଯେଉଁ ୬ ଜଣଙ୍କୁ ମନୋନିତ କରାଯାଇଛି ସେମାନଙ୍କ ମଧ୍ୟରେ ରାଜନ ବି ଅଛନ୍ତି। ଏକ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ରାଜନ  ଏହି ପୁରସ୍କାର ଲାଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶ୍ୱର ଆଉ ୫ ଜଣ ବଡ଼ ବଡ଼ ଅର୍ଥନୀତିଜ୍ଞ ଏହି ଦୌଡ଼ରେ ଅଛନ୍ତି।

ୱାଲ ଷ୍ଟ୍ରୀଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁସାରେ ଟପ୍‌ ୬ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଭିତରେ ରାଜନଙ୍କ ନାମ ଅଛି। କୋର୍ପୋରେଟ୍ ଫାଇନାନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜନଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିପାରେ। ସୋମବାର ଦିନ ଏହି ଘୋଷଣା ହେବ।
ରାଜନ ପୂର୍ବରୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ମୁଖ୍ୟ ରହି ସାରିଛନ୍ତି। ସେ ଏହି ପଦ ସମ୍ଭାଳିବାରେ ସର୍ବ କନିଷ୍ଠ ଅର୍ଥ ନୀତିଜ୍ଞ ଥିଲେ। ରାଜନ ଅକ୍ଟୋଵର୍ ୨୦୦୩ରୁ ୨୦୦୬ ଡିସେମ୍ବର ପର୍ଯ୍ୟନ୍ତ ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥ ନୀତିଜ୍ଞ ଥିଲେ।
ମନେ ପକାଇ ଦିଆଯାଇ ପାରେ ଯେ, ୨୦୦୮ରେ ଆମେରିକାରେ ରାଜନ ଏକ ଗୁରୁତ୍ବପୂର୍ଣ୍ଣ ଭାଷଣ ଦେଇଥିଲେ। କହିଥିଲେ,ବିଶ୍ୱରେ ଆର୍ଥିକ ମାନ୍ଦା ଅବସ୍ଥା ଦେଖା ଯାଇପାରେ। ସତକୁ ସତ ତାହାର ଦୁଇ ବର୍ଷ ପରେ ସମଗ୍ର ବିଶ୍ଵ ଆର୍ଥିକ ମାନ୍ଦା ଅବସ୍ଥା ଭିତରକୁ ଆସି ଯାଇଥିଲା। ଏ ପର୍ଯ୍ୟନ୍ତ ସେହି ସଙ୍କଟରୁ ବିଶ୍ବ ଅର୍ଥନୀତି ମୁକୁଳି ପାରିନାହିଁ।

 

LEAVE A REPLY

Please enter your comment!
Please enter your name here