ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଛି ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ। ୧୧ ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଛନ୍ତି ଗୁଜୁରାଟ ହାଇକୋର୍ଟ। ତଳକୋର୍ଟ ଦ୍ୱାରା ଦୋଷମୁକ୍ତ ହୋଇଥିବା ୬୩ ଅଭିଯୁକ୍ତଙ୍କ ସମ୍ପର୍କରେ କିଛି କହି ନାହାନ୍ତି। ଟ୍ରେନ୍ ପୋଡ଼ିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦଶେ ଦେଇଛନ୍ତି। ୨୦୧୧ରେ ଏହି ମାମଲାରେ ସ୍ୱତନ୍ତ୍ର କୋର୍ଟ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୬୩ ଜଣଙ୍କୁ ଦୋଷମୁକ୍ତ କରିଥିଲେ।
୨୦୦୨ରେ ଗୋଧ୍ରା ଟ୍ରେନ୍‌ ପୋଡ଼ି ପରେ ଗୁଜୁରାଟରେ ସାମ୍ପ୍ରଦାୟିକ ଦଙ୍ଗା ଦେଖାଦେଇଥିଲା। ଏହି ଦଙ୍ଗାକୁ ନେଇ ସେତେବେଳେ ଭୟାନକ ପରିସ୍ଥିତି ଦେଖାଦେଇଥିଲା। ଏଥିରେ ୫୯ ଲୋକଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ଅଯୋଧ୍ୟାର କର ସେବକ ଥିଲେ। ୬୩ ଜଣଙ୍କୁ ଦୋଷମୁକ୍ତ କରିବା ଘଟଣାକୁ ନେଇ ଗୁଜୁରାଟ ସରକାର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ରାୟ ଆଜି ପ୍ରକାଶ ପାଇଛି।
୨୦୦୨ ଫେବୃୟାରୀ ୨୭ ସକାଳେ ସାବରମତୀ ଏକ୍ସପ୍ରେସ୍ ଗୋଧ୍ରା ଷ୍ଟେସନରେ ପହଞ୍ଚିଥିଲା। ଟ୍ରେନ୍‌ର ଏକ ଗିରୁ ହଠାତ୍ ନିଆଁ ଓ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଫଳରେ ଟ୍ରେନ୍‌ର ଏସ୍‌-୬ ବଗି ଜଳି ଯାଇଥିଲା। ଏହି ବଗିରେ ଥିବା ୫୯ ଲୋକଙ୍କର ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here