ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ଗଣ ଦୁଷ୍କର୍ମ ଏବଂ ମହାନଦୀ ବଞ୍ଚାଓକୁ ନେଇ ଆଜି ମାଓବାଦୀ ପାଳନ କରିଛନ୍ତି ବନ୍ଦ। ଓଡ଼ିଶାର ୫ଟି ଜିଲ୍ଲାରେ ମାଓବାଦୀ ଏହି ବନ୍ଦ ପାଳନ କରିଛନ୍ତି। ଫଳରେ ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ଫୁଲବାଣୀରେ ବନ୍ଦର ପ୍ରଭାବ ପଡ଼ିଛି। ଫୁଲବାଣୀର ବାଲିଗୁଡ଼ା ନିକଟରେ ମାଓବାଦୀ ପୋଷ୍ଟର ମାରିଥିବା ବେଳେ ରାୟଗଡ଼ା ଜିଲ୍ଲା ମୁନିଗୁଡା ଅନ୍ତର୍ଗତ ଭୁର୍ଷିଖମରଠାରେ ରାସ୍ତା ଅବରୋଧ କରି ପୋଷ୍ଟର ମାରିଛନ୍ତି। ମୁନିଗୁଡା-ଭବାନୀପାଟଣା ରାସ୍ତାରେ ଯାତାୟାତ ବନ୍ଦ ରହିଛି। ମହାନଦୀ ବଞ୍ଚାଇବାକୁ ଆହ୍ବାନ ଦେଇ ନାଗାବଳୀ ଘୁମୁସୁର ଏରିଆ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ମାଓବାଦୀଙ୍କ ବନ୍ଦ ଡାକରା ଯୋଗୁଁ ସଂପୃକ୍ତ ଅଞ୍ଚଳରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଥିଲା। ମାଓବାଦୀଙ୍କ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
 

Comment