ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର ୨୪ରୁ ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଯାଉଛି ‘ଇଣ୍ଡିଆ କ୍ଲିନ୍ କୁକ୍ ଷ୍ଟୋଭ୍ ଫୋରମ୍ ୨୦୧୭ ’। ଏଥିରେ ଓଡ଼ିଶା ସାମିଲ୍ ହେବ ବୋଲି ଇଣ୍ଡିଆ କ୍ଲିନ୍ କୁକିଙ୍ଗ ଫୋରମ୍ ପକ୍ଷରୁ କୁହାଯାଇଛି।
ଭୁବନେଶ୍ୱର ନେହେରୁ ଯୁବକେନ୍ଦ୍ର ପରିସରରେ ଏହି ଫୋରମ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଓଡ଼ିଶାର ୬୦ ଲକ୍ଷ ପରିବାର ଆଜି ବି କାଠ ଚୁଲା ଉପରେ ନିର୍ଭରଶୀଳ ବୋଲି ଫୋରମ୍ ତରଫରୁ କୁହାଯାଇଛି। ପରିବେଶର ସୁରକ୍ଷା ଏବଂ କାଠ ଚୁଲାରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଓଡ଼ିଶା କ୍ଲିନ୍ କୁକ୍ ଷ୍ଟୋଭ୍ କ୍ଷେତ୍ରରେ ଆଗରେ ରହିଥିବାରୁ ନୂଆଦିଲ୍ଲୀରେ ହେବାକୁ ଯାଉଥିବା ଫୋରମ୍ରେ ଓଡ଼ିଶା ସାମିଲ୍ ହେବ।
ଇଣ୍ଡିଆ କ୍ଲିନ୍ ସଂସ୍ଥାର ନୀତିନ ଆଖଡେ କହିଛନ୍ତି, “କ୍ଲିନ୍ କୁକ୍ ଷ୍ଟୋଭକୁ ଓଡ଼ିଶାରେ ବ୍ୟପକ ପ୍ରଚାର ପ୍ରସାର କରିବା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନର ଉଦ୍ୟମ ପ୍ରଶଂସନୀୟ। ଦିଲ୍ଲୀରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ।”
ନୂଆଦିଲ୍ଲୀରେ ଏହି କାର୍ଯ୍ୟକ୍ରମ ୨ ଦିନ ଧରି ଚାଲିବ।