ଓଡ଼ିଶାଲାଇଭ୍ ବ୍ୟୁରୋ
ନାଲ୍କୋ ପକ୍ଷରୁ ମୋବାଇଲ୍ ଆପ୍ ‘ନାଗିନା’ ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ଖଣି ମନ୍ତ୍ରାଳୟ ସଚିବ ଅରୁଣ କୁମାର ଏହି ଆପ୍ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ନାଲ୍କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ, ଖଣି ମନ୍ତ୍ରାଳୟ ସଚିବ ସୁବାସ ଚନ୍ଦ୍ର, ଡକ୍ଟର ଏନ୍.କେ ସିଂ, ନାଲ୍କୋ ମହାପ୍ରବନ୍ଧକ (ମାର୍କେଟିଂ) ଏସ୍ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଡକ୍ଟର ତପନ କୁମାର ଚାନ୍ଦ କୁହନ୍ତି, “ଉପଭୋକ୍ତାମାନଙ୍କୁ ନାଲ୍କୋ ସହ ଯୋଡ଼ି ରଖିବା ପାଇଁ ଏହି ଅଭିନବ ଉଦ୍ୟମ ଶୁଭାରମ୍ଭ କରାଯାଇଛି। ଗ୍ରାହକମାନଙ୍କୁ ଏହା ଭିନ୍ନ ଅନୁଭୂତି ପ୍ରଦାନ କରିବ।”
ଏହି ଆପ୍ ଜରିଆରେ ନାଲ୍କୋର ଉତ୍ପାଦ, ଉପଭୋକ୍ତା ଏମ୍ଓୟୁ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ବିବରଣୀ ସମ୍ପର୍କରେ ଉପଭୋକ୍ତାମାନଙ୍କୁ ସୂଚନା ମିଳି ପାରିବ।