ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ଦାବିରେ ବିପିୟୁଟି ଛାତ୍ରମାନେ ଆଜି ସନ୍ଧ୍ୟାରେ ଲଙ୍କାକାଣ୍ଡ ଘଟାଇଛନ୍ତି। ବୈଷୟିକ ସଚିବ ସଞ୍ଜୟ ସିଂଙ୍କ ବାସଭବନ ଗେଟ୍ ଭାଙ୍ଗିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୋଲିସ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉତ୍ତ୍ୟକ୍ତ ଛାତ୍ରଙ୍କ ଉପରେ ଲାଠି ଚାର୍ଜ କରିବାରୁ ଛାତ୍ର-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି।
ବି-ଟେକ୍ ପରୀକ୍ଷା ନଭେମ୍ବର ୭ରେ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। ତେବେ ବିପିୟୁଟି କର୍ତ୍ତୃପକ୍ଷ ଅକ୍ଟୋବର ୩୦ ତାରିଖକୁ ଘୁଞ୍ଚାଇ ଦେଇଥିଲେ। ଏହାର ପ୍ରତିବାଦରେ ବିପିୟୁଟି ଛାତ୍ର ହଠାତ୍ ସଞ୍ଜୟ ସିଂହଙ୍କ କ୍ବାର୍ଟରକୁ ଧସେଇ ପଶିଥିଲେ। କ୍ବାର୍ଟର ଆଗରେ ନାରାବାଜି ଦେବା ସହ ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଖବରପାଇ କ୍ୟାପିଟାଲ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ହେଲେ ଉତ୍ତ୍ୟକ୍ତ ଛାତ୍ର ବୁଝି ନଥିଲେ। ଫଳରେ ପୋଲିସ ଲାଠିଚାର୍ଜ କରିଥିଲା। ଏଥିରେ ଦୁଇ ଜଣ ଛାତ୍ର ଗୁରୁତର ହୋଇଥିଲେ। ପୋଲିସ ପ୍ରାୟ ୩୦ ଜଣ ଛାତ୍ରଙ୍କୁ ଅଟକ ରଖିଛି। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଛି।

 

LEAVE A REPLY

Please enter your comment!
Please enter your name here