ଓଡ଼ିଶାଲାଇଭ୍‍ ବ୍ୟୁରୋ

ପ୍ରଥମ ଖବର ପ୍ରଥମେ।
ଯେଉଁମାନେ ନିଜ ଆଧାର କାର୍ଡ ସହିତ ମୋବାଇଲ ନମ୍ବରକୁ ଯୋଡ଼ି ପାରିନାହାନ୍ତି ସେମାନଙ୍କୁ ଆଉ ବ୍ୟସ୍ତ ହେବାକୁ ପଡ଼ିବ ନାହିଁ। ମୋବାଇଲ-ଆଧାର ଲିଙ୍କର ସମୟ ସୀମା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏବେ ଏବେ ଖବର ମିଳିଛି ଯେ ଆଧାର କାର୍ଡ ବ୍ୟତୀତ ଅନ୍ୟ ପରିଚୟ ପତ୍ର ମାଧ୍ୟମରେ ବି ମୋବାଇଲ ନମ୍ବର ଯାଞ୍ଚ କରାଯାଇପାରିବ।
ମୋବାଇଲ ନମ୍ବର ସହିତ ଆଧାର କାର୍ଡକୁ ଯୋଡ଼ିବା ନେଇ କେନ୍ଦ୍ର ସରକାର ବହେ ସମାଲୋଚିତ ହେବା ପରେ ବର୍ତ୍ତମାନ ଏହାର  ବିକଳ୍ପ ପନ୍ଥା ଅବଲମ୍ବନ କରିବା ପାଇଁ ଯାଉଛନ୍ତି। ମୋବାଇଲ ଭେରିଫିକେସନ ଏବେ ରାସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଓ ପାସପୋର୍ଟ ଜରିଆରେ ବି କରିହେବ। ଅବଶ୍ୟ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ବିଚାରାଧୀନ ରହିଛି ଏବଂ ଏହି ନିଷ୍ପତ୍ତି ପାଇଁ ସମୟ ଲାଗିବ।
ଗୋଟିଏ ଖବର ଅନୁଯାୟୀ ସୁପ୍ରିମକୋର୍ଟ ଯେଉଁ ଆଦେଶ ଦେଇଛନ୍ତି ସେହି ଅନୁସାରେ ସରକାର କାମ କରିବା ପାଇଁ ପ୍ରସ୍ତୁତ। ଏହାର କାରଣ ସର୍ବୋଚ୍ଚ ନ୍ୟାୟାଳୟର ମତାମତକୁ ସରକାର କଦାପି ଅଣଦେଖା କରିପାରିବେ ନାହିଁ। ମନେପକାଇ ଦିଆଯାଇପାରେ ଯେ ସୁପ୍ରିମ କୋର୍ଟର ନିର୍ଦ୍ଦେଶ ପରେ ଟେଲିକମ୍‍ ମନ୍ତ୍ରାଳୟ ପକ୍ଷରୁ ମୋବାଇଲ ନମ୍ବର ସହିତ ଆଧାର କାର୍ଡର ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି। ତେଣେ ବିଚରା ଟେଲିକମ୍ ମନ୍ତ୍ରାଳୟ ସୁପ୍ରିମକୋର୍ଟର ଅନ୍ୟ ଏକ ରାୟକୁ ଅପେକ୍ଷା କରିଛି। ଆଧାର କାର୍ଡ ଓ ମୋବାଇଲ ନମ୍ବର ଯୋଡ଼ାହେବା ସମ୍ପର୍କିତ ସରକାରଙ୍କ ନିର୍ଦ୍ଦେଶକୁ ବିରୋଧକରି ସୁପ୍ରିକୋର୍ଟରେ ଜଣେ ଅଧେ ବ୍ୟକ୍ତି ଆବେଦନ କରିଛନ୍ତି ଏବଂ ଏହା ଶୁଣାଣି ହେବା ଉପରେ।
ଇତି ମଧ୍ୟରେ ସବୁ ସରକାରୀ ଯୋଜନାର ଫାଇଦା ନେବାକୁ ହେଲେ ଆଧାର ସଂଯୋଗ ଜରୁରୀ ବୋଲି ଯେଉଁ ନିର୍ଦ୍ଦେଶ କେନ୍ଦ୍ର ସରକାର  ଦେଇଥିଲେ  ତାହାର ଅବଧିକୁ ମାର୍ଚ୍ଚ ୩୧, ୨୦୧୮ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ କୋର୍ଟରେ ଏହି ମାମଲାଟି ରହିଛି ଓ ଏକ ତିନିଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।
ଉଲ୍ଲେଖନୀୟ ବିଷୟ ହେଲା ମୋବାଇଲ ନମ୍ବର, ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଏସବୁ ଯୋଡ଼ାଯିବା ସଂକ୍ରାନ୍ତ ଜନସ୍ୱାର୍ଥ ମାମଲାରେ ଆବେଦନକାରୀ ସେହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଯେଉଁଥିରେ ନମ୍ବର ସଂଯୋଜକୁ ବାଧ୍ୟତାମୂଳକ କରାଯାଇଛି। ତାଙ୍କ ଯୁକ୍ତି ହେଉଛି ଯେ ଏଭଳି ବାଧ୍ୟ କରିବା ଆଇନ ସମ୍ମତ ନୁହେଁ ଏବଂ କେଉଁଠି ନା କେଉଁଠି ଏହା ମୌଳିକ ଅଧିକାରକୁ ଉଲ୍ଲଙ୍ଘନ କରୁଛି।
କୁହାଯାଉଛି, ଆବେଦନକାରୀ ଏହି ଯୁକ୍ତି ମଧ୍ୟ କୋର୍ଟରେ ଉପସ୍ଥାପନ କରିବେ ଯେ ଯଦି କୌଣସି ବ୍ୟକ୍ତି ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡକୁ ନ ଯୋଡୁଛନ୍ତି ସେ ପି ଏମଏଲଏ ଆକ୍ଟ ବା ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆଇନର ଅଧୀନକୁ ଆପେଆପେ ଆସିଯିବେ ଓ ସରକାର ଚାହିଁଲେ ତାଙ୍କୁ ଫସେଇ ଦେଇପାରିବେ।

Comment