ଓଡ଼ିଶାଲାଇଭ୍‍ ବ୍ୟୁରୋ

ଭାରତ ସରକାରଙ୍କ ଉଡାଣ ସୁରକ୍ଷା ବ୍ୟୁରୋ ପକ୍ଷରୁ ଏକ ନୂଆ ନିୟମ ଜାରି କରାଯାଇଛି। ଏହି ନିୟମ ଅନୁସାରେ ତଳେ ଦିଆଯାଇଥିବା ୧୦ଟି ମଧ୍ୟରୁ ଯେ କୌଣସି ଗୋଟିଏ ପରିଚୟ ପତ୍ର ଦାଖଲ କରିବାକୁ ହେବ। ବିମାନ ବନ୍ଦରରେ ପ୍ରବେଶକୁ ନେଇ କିଛି ଭ୍ରମ ସୃଷ୍ଟି ହୋଇଛି ବୋଲି କହିବାକୁ ଯାଇ ବ୍ୟୁରୋ ଏହି ନୂଆ ନିୟମ ପ୍ରଣୟନ କରିଛନ୍ତି।
ଏବେ ଏଥିମଧ୍ୟରୁ ଗୋଟିଏ ପରିଚୟ ପତ୍ର ମାଧ୍ୟମରେ ବିମାନ ବନ୍ଦର ଭିତରକୁ ପ୍ରବେଶ କରି ହେବ।
ପାସପୋର୍ଟ, ଭୋଟର ଆଇଡି, ଆଧାର କାର୍ଡ କିମ୍ବା ମୋବାଇଲ ଆଧାର, ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ସର୍ଭିସ ଆଇଡି, ଷ୍ଟୁଡେଣ୍ଟ ଆଇଡି କାର୍ଡ, ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଫଟୋଯୁକ୍ତ ପାସବୁକ, ପେନସନ କାର୍ଡ, ଦିବ୍ୟାଙ୍ଗ ପ୍ରମାଣ ପତ୍ର

ବ୍ୟୁରୋର ମୁଖ୍ୟ ରାଜେଶ ଚନ୍ଦ୍ର କହିଛନ୍ତି ଯେ ଏଭଳି ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି କି ଯଦି ପରିଚୟ ପତ୍ର ହଜିଯାଇଥାଏ ଯେ କୌଣସି ପ୍ରକାର ପ୍ରମାଣ ପତ୍ର ଦାଖଲ କରି ବିମାନ ବନ୍ଦରରେ ପ୍ରବେଶ କରିହେବ।

LEAVE A REPLY

Please enter your comment!
Please enter your name here