ଓଡ଼ିଶାଲାଇଭ୍‍ ବ୍ୟୁରୋ

କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି ସୋମବାର ଦିନ ଦଳୀୟ ନେତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏଥିରେ ଦଳର ମହାସଚିବ ଓ ବିଭିନ୍ନ ରାଜ୍ୟର ପ୍ରଭାରୀ ଉପସ୍ଥିତ ଥିଲେ। ବୈଠକ ପରେ ରାହୁଲ ନରେନ୍ଦ୍ର ମୋଦିଙ୍କ ସରକାର ଉପରେ ଖୁବ୍ ବର୍ଷିଛନ୍ତି।
ସେ କହିଲେ, “ଆସନ୍ତା ନଭେମ୍ବର ୮ରେ ଯେଉଁ ନୋଟବନ୍ଦୀ ଦିବସ ପାଳନ ହେବ ତାହା କୋଉ ଖୁସିରେ? ଏହା ମୁଁ ବୁଝିପାରୁନି।”
ରାହୁଲ ଗାନ୍ଧି ଜିଏସଟି ଓ ନୋଟବନ୍ଦୀକୁ ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଏକ ବିରାଟ ବଡ଼ ଧକ୍କା ବୋଲି କହିଛନ୍ତି। ଏହା ଲୋକଙ୍କୁ ଅସୀମ ଦୁଃଖ ଆଣିଦେଇଛି। ଜିଏସଟି ଭଳି ଏକ ଭଲ ଚିନ୍ତାଧାରାକୁ କେମିତି ନଷ୍ଟ କରିଦିଆଯାଏ ତାହା ମୋଦି ସରକାରଠାରୁ ଶିଖାଯିବା ଦରକାର ବୋଲି ସେ ତାଚ୍ଛଲ୍ୟ କରିଥିଲେ।
ନୋଟବନ୍ଦୀ ଓ ଜିଏସଟିକୁ ରାହୁଲ ବମ୍ ଓ ଟର୍ପେଡୋ ବୋଲି ବର୍ଣ୍ଣନା କରିଥିଲେ। ଦେଶର ଅର୍ଥ ବ୍ୟବସ୍ଥାକୁ ଏହି ଦୁଇଟିଯାକ ପଦକ୍ଷେପ ଦ୍ୱାରା ବହୁ କ୍ଷତି ପହଞ୍ଚିଛି ବୋଲି ସେ କହିଛନ୍ତି।
ବୈଠକରେ ହିମାଚଳ ପ୍ରଦେଶ ଓ ଗୁଜରାଟ ନିର୍ବାଚନ ଉପରେ ଆଲୋଚନା ସେ କରିଥିଲେ ରାହୁଲ। ନଭେମ୍ବର ୮ରେ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରିବା ପାଇଁ ମଧ୍ୟ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବିରୋଧ ଓ ପ୍ରତିବାଦର ନାମ ରହିବ ଏମଏମଡିବା ମୋଦି ମେଡ୍ ଡିଜାଷ୍ଟର। ନୋଟବନ୍ଦୀ ଓ ଜିଏସଟି ଉପରେ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ କିଭଳି ଘେରାଯିବ ତାହାର ଏକ ବିସ୍ତୃତ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି।

Comment