ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୌହମାନବ ତଥା ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ୧୪୨ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସାରା ଦେଶରେ ‘ରନ୍‍‍ ଫର୍‍ ୟୁନିଟି’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ନୂଆଦିଲ୍ଲୀର ପଟେଲ ଛକଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଏଠାରେ ‘ରନ୍‍‍ ଫର୍‍ ୟୁନିଟି’କୁ ଶୁଭାରମ୍ଭ କରିଥିଲେ। ଉପସ୍ଥିତ ଲୋକଙ୍କୁ ଏକତାର ଶପଥ ପାଠ କରାଇଥିଲେ।
ନରେନ୍ଦ୍ର ମୋଦି କହିଛନ୍ତି, “ସର୍ଦ୍ଦାର ପଟେଲ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ। ଦେଶକୁ ସଙ୍କଟରୁ ବଞ୍ଚାଇବା ସହ ଏକ ସୂତ୍ରରେ ବାନ୍ଧିଥିଲେ। ହେଲେ ତାଙ୍କୁ ଦେଶର ଯୁବପିଢ଼ିଙ୍କ ସହ ପରିଚିତ କରାଯାଇନାହିଁ। ରନ୍‍‍ ଫର୍‍ ୟୁନିଟି ଜରିଆରେ ଆମେ ତାଙ୍କୁ ମନେ ପକାଉଛୁ। ”
ମୋଦି ଗତ ରବିବାର ‘ମନ କି ବାତ୍‍‍’ କାର୍ଯ୍ୟକ୍ରମ ଜରିଆରେ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Comment