ଓଡ଼ିଶାଲାଇଭ୍‍ ବ୍ୟୁରୋ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠୁ ଖୋଲିଛି ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ। ପ୍ରଥମ ଦିନରେ ଅଭୟାରଣ୍ୟ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ଫୁଲଦେଇ ସ୍ୱାଗତ କରିଛନ୍ତି। ପ୍ରଥମ ଦିନରେ ଆସାମ ଓ ପଶ୍ଚିମବଙ୍ଗର କିଛି ପର୍ଯ୍ୟଟକ ଶିମିଳିପାଳ ବୁଲିବାକୁ ଆସିଛନ୍ତି। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ଆଜି ଶିମିଳିପାଳ ବୁଲିଛନ୍ତି। ଶିମିଳିପାଳର ପ୍ରାକୃତିକ ପରିବେଶକୁ ପର୍ଯ୍ୟଟକ ଉପଭୋଗ କରୁଛନ୍ତି।

କାଳିଆଣି ଏବଂ ପିଠାବଟା ଗେଟ୍‍ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ବିତରକୁ ଯାଉଛନ୍ତି। ୪ ମାସ ଧରି ହୋଇଥିବା ଲଗାଣ ବର୍ଷା ଯୋଗୁଁ ଶିମିଳିପାଳ ସଂଯୋଗ କରୁଥିବା ରାସ୍ତା ବିଛିନ୍ନ ହୋଇଯାଇଥିଲା। ଫଳରେ ଜୁନ୍‍ ୧୬ରୁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା।

ଶିମିଳିପାଳ ନ୍ୟାସନାଲ ପାର୍କ ୨୭୫୦ ସ୍କୋୟାର କିମି ଅଞ୍ଚଳରେ ଅବସ୍ଥିତ। ବାଘ ସଂରକ୍ଷଣ ପାଇଁ ଏହି ଅଭୟାରଣ୍ୟ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି।

ପ୍ରତିଦିନ ୬୦ଟି ଗାଡ଼ି ଅଭୟାରଣ୍ୟ ଭିତରକୁ ଯାଇପାରିବ। କାଳିଆଣି ଗେଟ୍‍ ଦେଇ ୩୫ ଏବଂ ପିଠାବଟା ଗେଟ୍‍ ଦେଇ ୨୫ଟି ଗାଡ଼ି ଯାଇପାରିବ। ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ପାଇଁ ପର୍ଯ୍ୟଯକମାନେ ପ୍ରଥମେ ଯଶୀପୁରରୁ ଅନୁମତି ପତ୍ର ନେବା ପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here