ଓଡ଼ିଶାଲାଇଭ୍‍ ବ୍ୟୁରୋ

୬୮ ଆସନ ବିଶିଷ୍ଟ ଆସନ ପାଇଁ ନଭେମ୍ବର ୯ରେ ହେବ ହିମାଚଳ ପ୍ରଦେଶ ବିଧାନସଭା ଭୋଟ। ଏଥିପାଇଁ ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଏବଂ ବିଜେପି କ୍ୟାମ୍ପେନ୍‍ ଜୋରଦାର କରିଛନ୍ତି। ରାହୁଲ ଗାନ୍ଧି କଂଗ୍ରେସର ପ୍ରଚାର ମଙ୍ଗ ଧରିଥିବା ବେଳେ ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ। ପରସ୍ପରର ଆରୋପ ପ୍ରତ୍ୟରୋପକୁ ନେଇ ହିମାଚଳପ୍ରଦେଶ କ୍ୟାମ୍ପେନ୍‍ ଜମୁଛି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ହିମାଚଳ ପ୍ରଦେଶ ଗସ୍ତ କରି ରାହୁଲଙ୍କୁ ସମାଲୋଚନା କରିଛନ୍ତି। ଏହାସହ ପ୍ରେମ କୁମାର ଧୁମାଲଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି।

ବିଜେପି ଦୁର୍ନୀତିକୁ ଅସ୍ତ୍ର କରି ଭୋଟରଙ୍କ ନିକଟତର ହେଉଛି। ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ଉପରେ ଲାଗିଥିବା ଦୁର୍ନୀତିକୁ ଅସ୍ତ୍ର କରିଛି ଦଳ।

ରାଜନୀତି କ୍ୟାରିଅର

ପୂର୍ବରୁ ପ୍ରେମ୍‍ କୁମାର ଧୁମାଲ ଦୁଇ ଦୁଇଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥିଲେ। ୧୯୯୮ରୁ ୨୦୦୩ ଏବଂ ୨୦୦୮ ଜାନୁୟାରୀ ୧ରୁ ୨୦୧୨ ଡିସେମ୍ବର ୨୫ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏହାସହ ସେ ବର୍ତ୍ତମାନ ହିମାଚଳ ପ୍ରଦେଶ ବିଧାନସଭାର ବିରୋଧ ଦଳ ନେତା ଅଛନ୍ତି।

ଏଲ୍‍ଏଲ୍‍ବିରେ ଡିଗ୍ରୀ ହାସଲ କରିଥିବା ଧୁମାଲ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଅଧ୍ୟାପକ ରହିଥିଲେ।

୧୯୮୨ରେ ଧୁମାଲ ବିଜେପି ଯୁବମୋର୍ଚ୍ଚାର ଉପସଭାପତି ରହିଥିଲେ। ୧୯୮୪ରେ ସେ ହମିରପୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

Comment