ଓଡ଼ିଶାଲାଇଭ୍‍ ବ୍ୟୁରୋ

ଗୁଗୁଲ ପ୍ଲେ ଷ୍ଟୋରରେ ମିଳୁଥିବା ଏକ ହ୍ୱାଟ୍‌ସଆପ୍ ଏବେ ଚର୍ଚ୍ଚାରେ। ଏହି ଆପଟି ଏକ ବିପଦପୂର୍ଣ୍ଣ ଆପ୍‍, ଏଣୁ ଏଥିରୁ ନିବୃତ୍ତ ରହିବା ପାଇଁ ଚେତାବନୀ ଦିଆଯାଇଛି। ଦୁନିଆ ଜାଣେ ହ୍ୱାଟ୍‌ସଆପ୍ ଏକ ଜରୁରୀ ମାଧ୍ୟମ। କିନ୍ତୁ ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପଟି ଡାଉନଲୋଡ କଲେ ଗ୍ରାହକଙ୍କ ଘୋର ଅସୁବିଧା ହେବ ବୋଲି ଜଣାପଡିଛି।

କିଛିଦିନ ଧରି ପ୍ଲେ ଷ୍ଟୋରରେ ଏକ ଫେକ୍ ଆପ୍‍ ମିଳୁଛି। ଏହି ଜାଲ ଆପ୍‍ ଦ୍ୱାରା ପ୍ରାୟ ୧୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ଆପକୁ ମୁଳ ହ୍ୱାଟ୍‌ସଆପର ମାଲିସିଅସ୍‍ ଭରସନ କୁହାଯାଉଛି। ଅର୍ଥାତ ଭୁଲରେ ବି ଯଦି ଆପଣ ଏହାକୁ ଗ୍ରହଣ କରନ୍ତି ତେବେ ଏଥିରେ ଆପଣଙ୍କୁ ବହୁତ ଅସୁବିଧାରେ ପଡ଼ିବାକୁ ହୋଇପାରେ।

ଗୁଗୁଲ ପ୍ଲେ ଷ୍ଟୋରରେ ଏହି ଫେକ୍ ଆପର ନାମ ‘ଅପଡେଟ୍‍ ହ୍ୱାଟ୍‌ସଆପ୍‍ ମେସେଞ୍ଜର’। ଏଥିସହିତ ଜଡିତ ଥିବା ଏକ ଡେଭେଲପରର ନାଁ ହେଉଛି ହ୍ୱାଟ୍‌ସଆପ୍‍ ଆଇଏନ୍‌ସି। ଏହି ନକଲି ଆପର ଅନୁସନ୍ଧାନ କରିବା ପରେ ଜଣାପଡିଲା ଯେ ଏହି ନାଁ ରେ ଆଉ ଏକ ଭର୍‌ସନ ବି ଅଛି ଯାହାକୁ ପ୍ରାୟ ୧୦ ଲକ୍ଷ ଲୋକ ଡାଉନଲୋଡ କରିଦେଇଛନ୍ତି।

କହିପାରୁ ଯେ ଗୁଗୁଲ ପ୍ଲେ ଷ୍ଟୋରରେ ମିଳୁଥିବା ମୂଳ ହ୍ୱାଟ୍‌ସ‍ଆପ୍‌ର ପ୍ରାୟ ୧୦୦ କୋଟି ଗ୍ରାହକ ଅଛନ୍ତି।

LEAVE A REPLY

Please enter your comment!
Please enter your name here