(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବ ହକି ଲିଗ୍‌। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ର ହେବାକୁ ଯାଉଥିବା ହକି ମହାସମର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଆଜି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଷ୍ଟାଡିୟମ୍‌ ପରିସରରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି।

ପୋଲିସ ଡିଜି ଷ୍ଟାଡିୟମ୍‌ର ପ୍ରବେଶ ଏବଂ ପ୍ରସ୍ଥାନ୍‌ ଗେଟ ନିକଟରେ ସୁରକ୍ଷା ବ୍ୟବସ୍ଥା ତର୍ଜମା କରିବା ସହ ଷ୍ଟାଡିୟମ ପରିସରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତର୍ଜମା କରିଥିଲେ।

ଡିଜିପି ଆର୍‌ ପି ଶର୍ମା କହିଛନ୍ତି, “ଷ୍ଟାଡିୟମ୍‌ ପରିସରରେ ଖେଳାଳିମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଆମେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛୁ। ବାହାରୁ ଆସିଥିବା ପ୍ରତିନିଧି, ଭିଆଇପିମାନଙ୍କୁ ମଧ୍ୟ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବ।”

ବିଶ୍ବ ହକି ଲିଗ୍‌ ବେଳେ ୬ଟି ଗେଟ୍‌ ଦେଇ ଦର୍ଶକ ପ୍ରବେଶ ଏବଂ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି। ଯେଉଁ ହୋଟେଲ୍‌ରେ ଖେଳାଳିମାନେ ରହିବେ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କଳିଙ୍ଗ ଷ୍ଟାଡିୟମ୍‌ରେ ୯ ହଜାର ଦର୍ଶକ ବସି ପାରିବାର କ୍ଷମତା ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକେଟ ବିକ୍ରି, ଗାଡି ପାର୍କିଂ ବ୍ୟବସ୍ଥା କରାଯାଉଛି।

୧୦ଟି ଦେଶର ଖେଳାଳି ହକି ଲିଗ୍‌ରେ ଭାଗ ନେବେ। ଭାରତ, ଅଷ୍ଟ୍ରେଲିୟା, ଆର୍ଜଣ୍ଟେିନା ଏବଂ ୫ଟି ୟୁରୋପିଆନ୍‌ ଟିମ୍‌ ଏଥିରେ ଭାଗ ନେବେ।

LEAVE A REPLY

Please enter your comment!
Please enter your name here