(ଓଡ଼ିଶାଲାଇଭ୍‍ ବ୍ୟୁରୋ)

ଗୁଗଲ ଡୁଡଲ ପକ୍ଷରୁ ଆଜି ପାଳନ କରାଯାଇଛି ନୃତ୍ୟ ସାମ୍ରାଗିନୀ ସୀତାରା ଦେବୀଙ୍କ ଜନ୍ମଦିନ। ନଭେମ୍ବର ୮ ତାରିଖଟି ହେଉଛି ସୀତାରା ଦେବୀଙ୍କ ଜନ୍ମତିଥି। ଏହାକୁ ମନେପକାଇବା ପାଇଁ ଗୁଗଲର ହୋମ୍ ପେଜରେ ସୀତାରା ଦେବୀଙ୍କ ରେଖାଚିତ୍ରକୁ ଅବତରଣ କରାଯାଇଛି। ସୀତାରା ଦେବୀ ନୃତ୍ୟ ମୁଦ୍ରାରେ ପ୍ରଦର୍ଶିତ ହୋଇଛନ୍ତି।

ସୀତାରା ଦେବୀ ଜଣେ ପ୍ରସିଦ୍ଧ କଥକ ନୃତ୍ୟ ଶିଳ୍ପୀ। ୧୯୨୦ ମସିହାରେ ସେ କଲିକତାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର ବନାରସରୁ ଆସିଥିଲେ। ସୀତାରା ଦେବୀଙ୍କ ପିତା ସୁଖଦେବ ମହାରାଜ ଜଣେ ସ୍କୁଲ ଶିକ୍ଷକ ଥିଲେ। ତା’ ଛଡା ସେ କଥକ ମଧ୍ୟ ନାଚୁଥିଲେ। ନିଜ ପିଲାଙ୍କୁ କଥକ ଶିଖାଇବା ପାଇଁ ଚାହୁଁଥିବା ସୁଖଦେବଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା।

ସୀତାରା ଦେବୀ ମାତ୍ର ୧୦ ବର୍ଷରେ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ଏହି କାରଣରୁ ତାଙ୍କୁ ସ୍କୁଲ ଛାଡିବାକୁ ପଡ଼ିଥିଲା। ତା’ ପରେ ସେ ମୁମ୍ବାଇ ଚାଲିଆସିଲେ। ମୁମ୍ବାଇରେ ଯେଉଁଠି ସେ କଥକ ପ୍ରଥମ ଥର ପାଇଁ ପରିବେଷଣ କରିଥିଲେ ସେଠାରେ ରବୀନ୍ଦ୍ରନାଥ ଠାକୁର ଓ ସରୋଜିନୀ ନାଇଡୁଙ୍କ ଭଳି ମହାମାଣ୍ୟ ଉପସ୍ଥିତ ଥିଲେ।

ସୀତାରା ଦେବୀ ଦେଶବିଦେଶରେ ବହୁ ନୃତ୍ୟାଭିନୟ କରିଛନ୍ତି। ଉଷା ହରଣ, ମଦର ଇଣ୍ଡିଆ, ରୋଟି ଆଦି ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ସୀତାରା ଦେବୀ ମଧୁବାଲା, ରେଖା, ମାଲା ସିନ୍‌ହା ଓ କାଜୋଲଙ୍କୁ  ନୃତ୍ୟ ଶିଖାଇଛନ୍ତି। ପଦ୍ମଶ୍ରୀ, କାଳିଦାସ ସମ୍ମାନ, ସଂଗୀତ ନାଟକ ଏକାଡେମୀ ଆଦି ପୁରସ୍କାର ପାଇଛନ୍ତି ସେ। ସୀତାରା ଦେବୀ ଭରତନାଟ୍ୟମ୍, ଭାରତର କିଛି ଲୋକନୃତ୍ୟ, ଋଷିୟ ବ୍ୟାଲେ ଏବଂ ପାଶ୍ଚାତ୍ୟ ନୃତ୍ୟ ମଧ୍ୟ ଶିକ୍ଷା କରିଥିଲେ।

ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ୨୦୧୪ ନଭେମ୍ବର ୨୫ରେ  ମୁମ୍ବାଇରେ ତାଙ୍କର ପରଲୋକ ହୋଇଥିଲା।

 

Comment