ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ଆଉ ଏକ ପଦକ୍ଷେପ। ବୈଷୟିକ ଶିକ୍ଷାରେ ମହିଳାଙ୍କ ପାଇଁ ୩୦ ପ୍ରତିଶତ ଆସନ ସଂରକ୍ଷଣ କରିବା ଉପରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଗୁରୁତ୍ବ। ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

‘ସୁଦକ୍ଷ’ ଯୋଜନା ଉପରେ ମୋହର ମାରିଛନ୍ତି। ୨୦୧୭-୧୮ ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ୫ ହଜାର ମହିଳାଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

୨୦୧୭-୧୮ ଶେଷ ସୁଦ୍ଧା ୫ ହଜାର ମହିଳାଙ୍କୁ ମିଳିବ ବୈଷୟିକ ଶିକ୍ଷା। ଏଥିପାଇଁ ୪୮ଟି ସରକାରୀ ଆଇଟିଆଇରେ ନାମ ଲେଖାଇବାର ବ୍ୟବସ୍ଥା କରାଯିବ।

ବିଜେଡି ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି, “ମହିଳାମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ‘ସୁଦକ୍ଷ’ ଯୋଜନାରେ ମୋହର ମାରିଛନ୍ତି। ଏହି ଜନହିତକର ଯୋଜନା ପ୍ରଣୟନ କରି ରାଜ୍ୟର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାକୁ ଚାହିଁଛନ୍ତି।

 

Comment