ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ଟିକେଟକୁ ନେଇ ଆଜି ଦିଲ୍ଲୀ ପାର୍ଟି ଅଫିସ୍ରେ ଚାଲିଛି କସରତ। ମୋଦି-ଶାହା ବସି ପ୍ରସ୍ତୁତ କରୁଛନ୍ତି ଚୂଡ଼ାନ୍ତ ତାଲିକା।
ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ-ବିଜେପି। ୨୨ ବର୍ଷର ବିଜେପି ଗଡ଼କୁ ଭାଙ୍ଗି କ୍ଷମତା ଦଖଲ ପାଇଁ କଂଗ୍ରେସ ପୂର୍ଣ୍ଣ ପ୍ରୟାସ କରୁଛି। ଏପଟେ ବିଜେପି ନିଜ ହାତମୁଠାରୁ ଶାସନ ଡ଼ୋର ନଛାଡ଼ିବାକୁ ଗୋଟି ଚାଳନା କରୁଛି। ଏହି ଦୁଇ ଜାତୀୟ ଦଳର ଛକାପଞ୍ଝା ଭିତରେ ବିଜେପି ଆଜି ଦିଲ୍ଲୀ ପାର୍ଟି ଅଫିସରେ ମନ୍ଥନ କରିଛି। କାହାକୁ ଟିକେଟ ଦେଲେ ଦଳ ପୁଣି ଗୁଜୁରାଟରେ ବିଜୟୀ ହେବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଲୋଚନା କରିଛନ୍ତି।
ବୁଧବାର କଂଗ୍ରେସର ବୈଠକ ହେବାର ଥିଲା। ହେଲେ ତାହା ସ୍ଥଗିତ ରଖାଯାଇଛି। ଆସନ୍ତା ୧୭ ତାରିଖରେ ଟିକେଟ ବଣ୍ଟନ ସମ୍ପର୍କରେ କଂଗ୍ରେସ ହାଇକମାଣ୍ଡ ଆଲୋଚନା କରିବେ।
ଦିଲ୍ଲୀରେ ଚାଲିଥିବା ଟିକେଟ ମନ୍ଥନରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି, ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ, ଗୁଜୁରାଟ ବିଜେପି ସଭାପତି ଜିତୁ ବଧାନି ଦିଲ୍ଲୀ ଆସିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କିଏ ଟିକେଟ ପାଇବ ଏବଂ ନପାଇବ ସ୍ଥିର କରୁଛନ୍ତି। ଗୁରୁବାର ପାର୍ଟିର ପ୍ରଥମ ଚୂଡ଼ାନ୍ତ ଟିକେଟ ତାଲିକା ପ୍ରକାଶ ପାଇପାରେ ବୋଲି କୁହାଯାଉଛି। ବିଜେପିର ପ୍ରଥମ ଟିକେଟ ତାଲିକା ପ୍ରକାଶ ପାଇବା ପରେ କଂଗ୍ରେସ ତାର ଟିକେଟ ଫାଇନାଲ କରିବ ବୋଲି ଚର୍ଚ୍ଚା ହେଉଛି।








ବିଜେପି ଟିକେଟକୁ ନେଇ ଆଜି ଦିଲ୍ଲୀ ପାର୍ଟି ଅଫିସ୍ରେ ଚାଲିଛି କସରତ। ମୋଦି-ଶାହା ବସି ପ୍ରସ୍ତୁତ କରୁଛନ୍ତି ଚୂଡ଼ାନ୍ତ ତାଲିକା।









