ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ଶନିବାର ଦିନ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ନିଜ ଇସ୍ତଫାପତ୍ରକୁ ସେ ବିଜେପିର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି।

ରଘୁନାଥ ମହାନ୍ତି ବସ୍ତା ବିଧାନସଭା ଆସନରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଦୁଇ ଥର ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ତିନି ଥର ବିଜେଡି ଟିକେଟରେ ସେ ବିଧାୟକ ହୋଇଥିଲେ। ନବୀନଙ୍କ ମନ୍ତ୍ରୀମଣ୍ଡଳରେ ରଘୁନାଥ ମହାନ୍ତି ସାମିଲ ହୋଇଥିଲେ।

ତେବେ ବଧୂ ନର୍ଯାତନା ମାମଲାରେ ରଘୁନାଥ ମହାନ୍ତି ଗିରଫ ହେବା ପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ପରେ ସେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ ବିଜେପି ଟିକେଟରେ ବିଧାୟକ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଜିତି ପାରିନଥିଲେ।

ଏବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଛନ୍ତି ରଘୁନାଥ ମହାନ୍ତି। ରଘୁନାଥ ମହାନ୍ତି ନିଜ ଇସ୍ତଫାର କାରଣ ସ୍ପଷ୍ଟ କରିନଥିବାବେଳେ ସେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Tags: #Politics #Odishapolitics #Odisha #RaghunathMohanty #BJP #BJD ##Election #LokSabhaElection #AssemblyElection #GeneralElection2024

LEAVE A REPLY

Please enter your comment!
Please enter your name here