ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ଓ ଲୋକସଭା ଆସନ ଲାଗି ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା। ରାଜ୍ୟର ୩ଟି ଲୋକସଭା ଓ ୧୬ଟି ବିଧାନସଭା ଲାଗି ଶନିବାର ଦିନ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।

ସମ୍ବଲପୁର ଲୋକସଭା ଆସନ ପାଇଁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବାବେଳେ ଆସିକା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଦେବକାନ୍ତ ଶର୍ମା। କେନ୍ଦୁଝର ଲୋକସଭା ଆସନର ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ମୋହନ ହେମ୍ବ୍ରମଙ୍କ ସ୍ଥାନରେ ବିନୋଦ ବିହାରୀ ନାଏକଙ୍କୁ ପ୍ରାର୍ଥୀ କରାଯାଇଛି।

ଜାଣନ୍ତୁ କିଏ କେଉଁଠୁ ବିଧାନସଭା ପ୍ରାର୍ଥୀ?

ଝାରସୁଗୁଡ଼ା- ଅମିତା ବିଶ୍ୱାଳ

ବଡସାହି- କ୍ଷୀରୋଦ ଚନ୍ଦ୍ର ପାତ୍ର

ସୁକିନ୍ଦା- ବିଭୁ ଭୂଷଣ ରାଉତ

କଣ୍ଟାମାଳ- ଶରତ କୁମାର ପ୍ରଧାନ

କେନ୍ଦ୍ରାପଡ଼ା- ସିପ୍ରା ମଲ୍ଲିକ

ରାଜନଗର- ଅଶୋକ ପ୍ରତିହାରୀ

ମହାକାଳପଡ଼ା- ଲୋକନାଥ ମହାରଥୀ

ନିମାପଡ଼ା- ସିଦ୍ଧାର୍ଥ ରାଉତରାୟ

ପିପିଲି- ଜ୍ଞାନ ରଞ୍ଜନ ପଟ୍ଟନାୟକ

ଜୟଦେବ- କୃଷ୍ଣ ସଗରିଆ

ଖୋର୍ଦ୍ଧା- ସୋନାଲି ସାହୁ

ଚିଲିକା- ପ୍ରଦୀପ କୁମାର ସ୍ୱାଇଁ

ଖଣ୍ଡପଡ଼ା- ମନୋଜ କୁମାର ପ୍ରଧାନ

ଦଶପଲ୍ଲା- ନକୁଳ ନାୟକ

ଗୋପାଳପୁର- ଶ୍ୟାମସୁନ୍ଦର ସାହୁ

କବିସୂର୍ଯ୍ୟନଗର- ସଞ୍ଜୟ କୁମାର ମଣ୍ତଳ

କଂଗ୍ରେସର ପ୍ରାର୍ଥୀ ତାଲିକାରେ ବଦଳିଛନ୍ତି କେନ୍ଦୁଝର ଲୋକସଭା ଆସନର ପ୍ରାର୍ଥୀ। ମୋହନ ହେମ୍ବ୍ରମଙ୍କ ସ୍ଥାନରେ ବିନୋଦ ବିହାରୀ ନାଏକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଦଳର ନୂଆ ସଦସ୍ୟଙ୍କୁ ଦିଆଯାଇଛି ପ୍ରାଥମିକତା।

ନିକଟରେ ବିଜେଡିରୁ ଇସ୍ତାଫା ଦେଇ କଂଗ୍ରେସରେ ଯୋଗ ଦେଇଥିବା ସିପ୍ରା ମଲ୍ଲିକଙ୍କ ଉପରେ ଭରସା କରିଛି ଦଳ। ସିପ୍ରା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ କରାଯାଇଛି। ସେହିପରି ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ସୋନାଲି ସାହୁଙ୍କୁ ମଧ୍ୟ ଆଗ୍ରାଧିକାର ମିଳିଛି। ଦଳ ତାଙ୍କୁ ଖୋର୍ଦ୍ଧରୁ ଟିକେଟ ଦେଇଛି।

ତେବେ ପ୍ରାର୍ଥୀ ଚୟନ ଏବଂ ଟିକେଟ ବଣ୍ଟନକୁ ନେଇ ଦଳ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। କିଛି ଟିକେଟ ଆଶାୟୀ ଏବଂ କର୍ମୀ କଂଗ୍ରେସ ମୁଖ୍ୟାଳୟରେ ତାଲା ପକାଇ ଏହାର ପ୍ରତିବାଦ କରିଛନ୍ତି।

Tags: #Politics #OdishaPolitics #Congress #GeneralElection2024 #AssemblyElection #LokSabhaElection #Odisha

Comment