ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏଏସ୍‌ ପରୀକ୍ଷାରେ ସହାୟତା କରିବାର ପ୍ରତିଶ୍ରୁତି ଦେଇ ଜଣେ ୨୩ ବର୍ଷିୟା ଯୁବତୀଙ୍କୁ  ବି ବି ମହାନ୍ତି ଯୌନ ଶେଷଣ ଦେଇଥିବା ୨୦୧୩ରେ ଅଭିଯୋଗ ହୋଇଥିଲା।

ଗିରଫ ହେଲେ ଓଡ଼ିଆ ଆଇଏଏସ୍‌ ଅଫିସର ବି ବି ମହାନ୍ତି। ଦୁଷ୍କର୍ମ ଅଭିଯୋଗରେ ରାଜସ୍ଥାନର ଜୟପୁରରୁ ତାଙ୍କୁ ଗିରଫ କରାଯାଇଛି। ଜୟପୁର ସୋଡାଲାସ୍ଥିତ ଏସ୍‌ପିଙ୍କ ଅଫିସକୁ ଆସି ବି ବି ମହାନ୍ତି ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି।

୨୦୧୪ ଜାନୁୟାରୀରେ ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ଜଣେ ୨୩ ବର୍ଷିୟା ଯୁବତୀ ଶ୍ରୀ ମହାନ୍ତିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସେହିଦିନରୁ ବି ବି ମହାନ୍ତି ଫେରାର ହୋଇ ଯାଇଥିଲେ। ପୀଡ଼ିତା ଅଭିଯୋଗ କରିଥିଲେ ଯେ, ଆଇଏଏସ୍‌ ପରୀକ୍ଷାରେ ସହାୟତା କରିବାର ପ୍ରତିଶ୍ରୁତି ଦେଇ ୨୦୧୩ରେ ତାଙ୍କୁ ଯୌନ ଶୋଷଣ ଦେଇଥିଲେ ଶ୍ରୀ ମହାନ୍ତି। ଏ ସମ୍ପର୍କରେ ଅଧିକ ପଚରାଉଚରା ପାଇଁ ବି ବି ମହାନ୍ତିଙ୍କୁ କୋର୍ଟ ନୋଟିସ ଜାରି କରିଥିଲେ। ହେଲେ ସେ କୋର୍ଟରେ ହାଜର ନହେବାରୁ ତାଙ୍କ ବିରୋଧରେ ଜାମିନ୍ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିଲା।

ଜୟପୁର ସାଉଥର ଡିସିପି ଯୋଗେଶ ଦଦିଚ୍ କହିଛନ୍ତି, “ବି ବି ମହାନ୍ତି ସୋଡଳା ଏସିପିଙ୍କ ନିକଟରେ ସୋମବାର ବିଳମ୍ବିତ ରାତିରେ ଆତ୍ମସମର୍ପଣ କରିଛନ୍ତି। ମଙ୍ଗଳବାର ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ତାଙ୍କୁ କୋର୍ଟ ଚାଲାଣ କରାଯିବ।”

୧୯୭୭ ବ୍ୟାଚ୍ ରାଜସ୍ଥାନ କ୍ୟାଡର ଆଇଏଏସ୍‌ ଅଫିସର ହେଉଛନ୍ତି ବି ବି ମହାନ୍ତି। ସେ ରାଜସ୍ଥାନରେ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିଲେ। ଏହି ମାମଲା ରଜୁ ହେବା ବେଳେ ଶ୍ରୀ ମହାନ୍ତି ରାଜସ୍ଥାନ ସିଭିଲ ସର୍ଭିସ ଆପିଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ରହିଥିଲେ।

 

 

Comment