ଓଡ଼ିଶାଲାଇଭ୍‍ ବ୍ୟୁରୋ

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଆଶାକର୍ମୀମାନେ ଆଜି ଲୋୟର ପିଏମ୍‍ଜିରେ ମାଣ ବସାଇ ପ୍ରତିବାଦ କରିଛନ୍ତି।

ଭୁବନେଶ୍ୱର ଲୋୟର ପିଏମ୍‍ଜିରେ ଆଜି ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଆନ୍ଦୋଳନରତ ଆଶାକର୍ମୀମାନେ ରାଜରାସ୍ତାରେ ମାଣବସା ଗୁରୁବାର ପାଳିଛନ୍ତି।

ଲୋୟର ପିଏମ୍‍୍‍ଜିରେ ଝୋଟି ପକାଇ, ଧୂପ ଦୀପ ଦେଇ ମାଆ ଲକ୍ଷ୍ମୀଙ୍କୁ ଆରାଧନା କରିଛନ୍ତି ଆଶାକର୍ମୀ। ରାଜ୍ୟ ସରକାରଙ୍କ ପାଖରେ ତାଙ୍କ ଦାବି ପହଞ୍ଚାଇବା ପାଇଁ ଆଶାକର୍ମୀ ସଂଘ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛି।

ବିଭିନ୍ନ ଦାବି ନେଇ ଆଶାକର୍ମୀମାନେ ଲୋୟର ପିଏମ୍‍ଜିରେ ଧାରଣାରେ ବସିଛନ୍ତି। ଏହି ଧାରଣା ଆଜି ୭ମ ଦିନରେ ପହଞ୍ଚିଛି। ସ୍ଥାୟୀ ନିଯୁକ୍ତି, ମାସିକ ୧୮ ହଜାର ଟଙ୍କା ଦରମା ପ୍ରଦାନ, ଇପିଏଫ୍‍ ଲାଗୁ କରିବା ଦାବିରେ ଆଶାକର୍ମୀ ଆନ୍ଦୋଳନ କରୁଛନ୍ତି।

ଅକ୍ଟୋବର ମାସରେ ଅଙ୍ଗନବାଡ଼ି କର୍ମୀମାନେ ବିଭିନ୍ନ ଦାବିନେଇ ଆନ୍ଦୋଳନ ଚଳାଇଥିଲେ। ସେମାନେ ଲୋୟର ପିଏମ୍‍ଜିରେ କୁମାର ପୂର୍ଣ୍ଣିମା ପାଳି ପ୍ରତିବାଦ କରିଥିଲେ।  ସେହିପରି ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ମଧ୍ୟ ରାଜଧାନୀ ରାଜରାସ୍ତାରେ ଗୁରୁଦିବସ ପାଳନ କରିବା ସହ ଗଣେଶ ପୂଜା ପାଳନ କରିଥିଲେ।

 

Comment