ଓଡ଼ିଶାଲାଇଭ୍ ବ୍ୟୁରୋ

ଡିଜିଟାଲ ଭାରତକୁ ଆଉ ପାଦେ ଆଗେଇ ନେବା ପାଇଁ କେନ୍ଦ୍ର ସରକାର ଶୁଭାରମ୍ଭ କରିଛନ୍ତି ଉମଙ୍ଗ୍ ଆପ୍‌

କେନ୍ଦ୍ର ସରକାର ଆଜି ଏକ ବଡ଼ କାମ କରିଛନ୍ତି। ଡିଜିଟାଲ ଭାରତକୁ ଆଉ ପାଦେ ଆଗେଇ ନେବା ପାଇଁ ଶୁଭାରମ୍ଭ କରିଛନ୍ତି ଉମଙ୍ଗ୍ ନାମକ ଏକ ଆପ୍। ଏହି ଆପ୍ ବହୁମୁଖୀ ଆବଶ୍ୟକତାକୁ ପୂରଣ କରିବ। ଫସଲ ବୀମାର ପ୍ରିମିଅମ୍ ହିସାବଠାରୁ ଆରମ୍ଭ କରି ସରକାରୀ ହସ୍ପିଟାଲରେ ଓପିଡ଼ିରେ ନାମ ଲେଖାଇବା ପର୍ଯ୍ୟନ୍ତ ଯାବତୀୟ କାର୍ଯ୍ୟ ପାଇଁ ଏହି ଆପ୍ କୁବ୍ୟବହାର କରି ହେବ, ତାହା ପୁଣି ଘରେ ରହି।

ଏହି ଆପକୁ କୁହାଯାଉଛି unified ମୋବାଇଲ application for new-age governance  ବା ଉମଙ୍ଗ୍। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସେବା ପାଇଁ ଏହି ଆପ ତିଆରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶେଷ ଅବସରରେ ଆଜି ଏହାର ଆରମ୍ଭ କରିଥିଲେ।

ଏହି ଆପ ଜରିଆରେ ୟୁଜର ମାନେ ୩୩ଟି ମିଳିତ ସେବା ଓ ବିଭିନ୍ନ ରାଜ୍ୟ ସରକାରଙ୍କ ୧୬୨ଟି ସେବା ପାଇପାରିବେ। କେନ୍ଦ୍ର ସୂଚନା ଓ କାରିଗରୀ ମନ୍ତ୍ରାଳୟ ଅଧିନରେ ଥିବା national e-governance division ଦ୍ୱାରା ପ୍ରସ୍ତୁତ ଏହି ଆପରେ ପ୍ୟାନ୍ କାର୍ଡ, ପାସପୋର୍ଟ ଆଦି ଜରୁରି କାଗଜପତ୍ର ତିଆରି କରାଯାଇ ପାରିଵ। ଅର୍ଥାତ ଭିନ୍ନ ଭିନ୍ନ ସେବା ପାଇଁ ଆପଣଙ୍କୁ ଏବେ ଅଲଗା ଅଲଗା ୱେବସାଇଟକୁ ଆଉ ଯିବାକୁ ପଡ଼ିବ ନାହିଁ। ଘରେ ବସି ହିଁ ଆପଣ ନିଜର ସବୁ ପରିଚୟପତ୍ର ଗୁଡ଼ିକ ସୃଷ୍ଟି କରି ପାରିବେ।
ବର୍ତ୍ତମାନ ଏହି ଆପଟି ୧୩ଟି ଭାରତୀୟ ଭାଷାରେ ଉପଲବ୍ଧ ହେଉଛି। ଏହି ଆପକୁ Android,ios ଓ windowsରେ ଡାଉନ ଲୋଡ଼ କରାଯାଇପାରିବ।

 

1 COMMENT

Comment