ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରକୃତି ସୁରକ୍ଷାର ବାର୍ତ୍ତା ନେଇ ଡିସେମ୍ବର ୨୩ରୁ ଆରମ୍ଭ ହେଉଛି କୋଣାର୍କ ଅନ୍ତରାଷ୍ଟ୍ରୀୟ ସାଇକ୍ଲୋଥନ୍। ଏହି ଅଭିଯାନରେ ୨୦ ଜଣ ପ୍ରତିନିଧି ସାମିଲ୍‌ ହୋଇ କୋଣାର୍କରୁ କୋରାପୁଟ ସାଇକେଲ ଯାତ୍ରା କରିବେ।

ପ୍ରଦୂଷଣରେ ଷଢ଼ୁଛନ୍ତି ଦେଶର ପମୁଖ ସହରବାସୀ। ଜଳବାୟୁ ପରିବର୍ତ୍ତନ ଏମାନଙ୍କ ଉପରେ ଅଧିକ ପ୍ରଭାବ ପକାଇଛି। ଜଳବାୟୁ ପରିବର୍ତ୍ତନ ଏବଂ ପ୍ରକୃତିର ସୁରକ୍ଷା ନିମନ୍ତେ ଡିସେମ୍ବର ୨୩ରୁ ଆରମ୍ଭ ହେଉଛି କୋଣାର୍କ ଅନ୍ତରାଷ୍ଟ୍ରୀୟ ସାଇକ୍ଲୋଥନ୍। ଏହି ଯାତ୍ରା କୋଣାର୍କରୁ କୋରାପୁଟ ପର୍ଯ୍ୟନ୍ତ ଯିବ। ଏଥିରେ ୨୦ ଜଣ ପ୍ରତିନିଧି ସାମିଲ୍ ହୋଇଛନ୍ତି।

କୋଣାର୍କ ଅନ୍ତରାଷ୍ଟ୍ରୀୟ ସାଇକ୍ଲୋଥନ ଚଳିତ ବର୍ଷ ୩ୟ ବର୍ଷରେ ପଦାର୍ପଣ କରିଛି। ଏ ବର୍ଷର ବିଷୟ ରହିଛି ‘ପେଡାଲରେ ପ୍ରକୃତିର ସଂରକ୍ଷଣ।’

ପ୍ରକୃତି ସଂରକ୍ଷଣ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ହେଉଛି କୋଣାର୍କ ଆନ୍ତଃରାଷ୍ଟ୍ରୀୟ ସାଇକ୍ଲୋଥନର ମୂଳ ଲକ୍ଷ୍ୟ। ଏହି ଅଭିଯାନ ଡିସେମ୍ବର ୨୩ ତାରିଖ ସକାଳୁ ପ୍ରମୁଖ ପର୍ଯ୍ୟଟନସ୍ଥଳ କୋଣାର୍କରୁ ଶୁଭାରମ୍ଭ ହେବ । ଏହି ଯାତ୍ରାରେ ୧ ହଜାର ଯୁବକ ସାମିଲ ହୋଇ ସାତପଡା ପର୍ଯ୍ୟନ୍ତ ଯିବେ।

୫ଟି ସ୍ୱେଚ୍ଛାସେବୀ ସଂସ୍ଥାର ୨୦ ଜଣ ପ୍ରତିନିଧି କୋଣାର୍କରୁ କୋରାପୁଟ ଯାତ୍ରା କରିବେ। ୬ ଦିନରେ ଏମାନେ କୋରାପୁଟରେ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି।

“ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳ ଚିଲିକା ଓ ଚନ୍ଦ୍ରଗିରିରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କାରିବା ପରେ ପ୍ରତିନିଧିମାନେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ପହଞ୍ଚିବେ”, ଏହା କହିଛନ୍ତି ସାଇକ୍ଲୋଥନର ପ୍ରତିଷ୍ଠାତା ତଥା ରୁଟ୍‌ସ ଅଫ ଓଡିଶା ଫାଉଣ୍ଡେସନର ନିର୍ଦ୍ଦେଶକ ସୁଧିର ଦାଶ।

ଏହାସହ ପ୍ରତିନିଧିମାନେ ସାତପଡା ବେଳାଭୂମି ସଫେଇ, ପରିବେଶ ସମ୍ବନ୍ଧୀୟ ସଚେତନତାର ବାର୍ତ୍ତା ଦେବେ। ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ସଚେତନତା ଶିକ୍ଷା, ପ୍ଲାଷ୍ଟିକ ବର୍ଜନ ଓ ବୃକ୍ଷରୋପଣ ଅଭିଯାନ, ସାଇକଲର ବ୍ୟବହାର ଓ ସୁସ୍ଥ ଜୀବନଶୈଳୀ ଉପରେ ଜନସାଧାରଣଙ୍କୁ ସଚେତନ କରିବେ।

ସେହିପରି ମିଶନ ଓଡିଶା ତରଫରୁ ଗଠିତ ୫ ଜଣିଆ ପ୍ରତିନିଧି ଦଳ ତମାଖୁ ସେବନ ବିରୋଧରେ ସଚେତନ କରିବେ।

 

LEAVE A REPLY

Please enter your comment!
Please enter your name here