ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାର ହାଇଦ୍ରାବାଦ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନଲ୍ଡ଼ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ। ସେ ପ୍ରଥମ ଥର ପାଇଁ ଭାରତ ଆସୁଛନ୍ତି। ହାଇଦ୍ରାବାଦରେ ଅନୁଷ୍ଠିତ ହେଉଥିବା ବିଶ୍ଵ ଉଦ୍ୟୋଗ ଶିଖର ସମ୍ମିଳନୀରେ ସେ ଯୋଗଦେବେ।ଏହି ସମ୍ମିଳନୀ (global entrepreneurship summit) ସମ୍ପର୍କରେ ଆସନ୍ତୁ ଜାଣିବା:

୧. ଆମେରିକା ଓ ଭାରତର ନୂଆ ଉଦ୍ୟମ ଯୋଗୁଁ ଏହି ଶିଖର ବୈଠକ ଅନୁଷ୍ଠିତ ହେଉଛି।ବିଶ୍ଵ ଉଦ୍ୟୋଗ ସମ୍ମିଳନୀରେ ଆମେରିକାର ୧୫୦୦ ବ୍ୟବସାୟ ପ୍ରତିଷ୍ଠାନର ପ୍ରତିନିଧି ଯୋଗ ଦେଉଛନ୍ତି।
୨.ଏଥି ପାଇଁ ଥାଇଲାଣ୍ଡ, ଇଣ୍ଡୋନେସିଆ,ଓ ସିଙ୍ଗାପୁରରୁ ସ୍ବତନ୍ତ୍ର ଫୁଲ ମଗା ଯାଇଛି।ଡିନର ପାଇଁ ଦେଶର ସବୁ ତାଜ ହୋଟେଲ ବିଶେଷଜ୍ଞ  ଓ ସେଫ୍ ମାନଙ୍କୁ ଅଣାଯାଇଛି।ଇଭାଙ୍କାଙ୍କ ପାଇଁ ସୁନା ଓ ରୁପାର ଖାଇବା ଥାଳି ବରାଦ କରାଯାଇଛି।
୩.ବିଶେଷକରି ହାଇଦ୍ରାବାଦର ସ୍ବତନ୍ତ୍ର ଖାନା  ଏଥିରେ ପରିବେଷଣ କରାଯିବ।ଏଥିପାଇଁ ଖାସ୍ କରି ମୁମ୍ବାଇ,ଦିଲ୍ଲୀ ଓ କୋଲକାତା ତାଜ ହୋଟେଲର ରୋଷେଇ ବିଶେଷଜ୍ଞମାନଙ୍କୁ ପଠାଯାଇଛି।
୪. ଉଦଘାଟନ ସମାରୋହରେ ଇଭାଙ୍କାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ।ଉଦ୍ୟୋଗରେ ମହିଳା ଓ ମହିଳା ଶ୍ରମ ଶକ୍ତି ଉପରେ  ଇଭାଙ୍କା  ଭାଷଣ ଦେବେ। ତା ଛଡ଼ା ଶିଖର ବୈଠକର ମୁଖ୍ୟ ଉଦବୋଧନ ବି ଇଭାଙ୍କା ଦେବେ।
୫. ବିଶ୍ଵ ଉଦ୍ୟୋଗ ଶିଖର ବୈଠକ ଏଥିପୂର୍ବରୁ ୭ ଥର ହୋଇ ସାରିଛି। ଭାରତରେ ପ୍ରଥମ ଥର ପାଇଁ ଏହାର ଆୟୋଜନ କରାଯାଇଛି।
୬. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପକ୍ଷରୁ ଡିଜିଟାଲ ଇଣ୍ଡିଆ ଓ ଷ୍ଟାର୍ଟ ଅପ୍ ଉପରେ ଦିଆ ଯାଉଥିବା ଗୁରୁତ୍ୱ ଯୋଗୁଁ ଭାରତରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ହାଇଦ୍ରାବାଦରେ ଏହି ବୈଠକ ହେବା ପଛରେ କାରଣ ହେଉଚି ଏଠାରେ ଉତ୍ତମ ଭିତ୍ତିଭୂମି ରହିଛି ଓ ଇଣ୍ଡିଆନ ସ୍କୁଲ ଅଫ ବିଜନେସ ଭଳି ଅନୁଷ୍ଠାନ ରହିଛି।
୭. ତିନି ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ  ଭାରତ ଓ ଆମେରିକାର ୪୦୦ କରି ପ୍ରତିନିଧି ଭାଗ ନେବେ।ବାକି ୪୦୦ ପ୍ରତିନିଧି ଅନ୍ୟ ଦେଶର ହେବେ।ପ୍ରାୟ ୩ଶହ ଇଭେଣ୍ଟ ମ୍ୟାନେଜର ମଧ୍ୟ ଏଥିରେ ଯୋଗ ଦେବେ।
୮.ଦୁନିଆର ୪୦ ଦେଶରୁ ଭିନ୍ନଭିନ୍ନ ପୃଷ୍ଠଭୂମିରୁ ଆସିଥିବା ବକ୍ତା ଏଥିରେ ଭାଷଣ ପ୍ରଦାନ କରିବେ।ପ୍ରାୟ ୧୦୦ ବଡ଼ ଉଦ୍ୟୋଗୀ ଏଥିରେ ଅଂଶ ଗ୍ରହଣ କରିବେ। ସମ୍ମିଳନୀରେ କର୍ମଶାଳା, ଅଧିବେଶନ ଓ କିନୋଟ ଆଡ୍ରେସ ରହିବ। ଏସବୁକୁ ଏକାଠି କରିବା ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି।
୯. ଏହି ଶିଖର ବୈଠକରେ ମୁଖ୍ୟତଃ ୪ଟି ବିଷୟ ଉପରେ ଆଲୋଚନା ହେବ:ହାଇଗ୍ରୋଥ୍ ଇଣ୍ଡଷ୍ଟ୍ରି, ହେଲଥ କେୟାର ଓ ଲାଇଫ ସାଇନ୍ସ, ଡିଜିଟାଲ ଇକନମି ଓ ଟେକ୍ନୋଲୋଜି,ଏନେର୍ଜି ଓ ଇନଫ୍ରାଷ୍ଟ୍ରକ୍‌ଚର ଏବଂ ମେଡିଆ ଓ ଏଣ୍ଟେରଟେନମେଣ୍ଟ।
୧୦. ବାରାକ ଓବାମା ରାଷ୍ଟ୍ରପତି ଥିବାବେଳେ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା।ପୂର୍ବରୁ କେନିଆ, ମରକୋ, ତୁର୍କି ଓ ମାଲେସିଆରେ ଏହି ଶିଖର ବୈଠକ ଅନୁଷ୍ଠିତ ହୋଇଥିଲା।

 

Comment