ଓଡ଼ିଶାଲାଇଭ୍ ବ୍ୟୁରୋ
ଟେଲିଭିଜନ ଜଗତର ଜଣାଶୁଣା କଳାକାର ଜୟା ଭଟ୍ଟାଚାର୍ଯ୍ୟ ବର୍ତ୍ତମାନ ଭୀଷଣ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ଏକ ୱେବସାଇଟକୁ ଦେଇଥିବା ସାକ୍ଷାତକାରରେ ସେ ଅର୍ଥାଭାବ ସହିତ ଲଢ଼େଇ କରୁଥିବା ପ୍ରକାଶ କରିଛନ୍ତି।
ଜୟା ଲୋକପ୍ରିୟ ଟିଭି ସିରିୟଲ ‘କ୍ୟୁଁ କି ସାସ ଭି କଭି ବହୁ ଥି’ରେ ପାୟଲ ଭୂମିକାରେ ଅଭିନୟ କରିଥିଲେ। ଏହି ସିରିୟଲର ମୁଖ୍ୟ କଳାକାର ସ୍ମୃତି ଇରାନୀ ଏବେ କେନ୍ଦ୍ରମନ୍ତ୍ରୀ। ଜୟା ଶେଷ ଥର ପାଇଁ କଲର୍ସ ଚ୍ୟାନେଲର ‘ଥପକି ପ୍ୟାର୍ କି’ରେ ବସୁନ୍ଧରା ଚରିତ୍ରରେ ଆସୁଥିଲେ। ଏହାଛଡ଼ା କସମ୍ ସେ, କେଶର, ହାତୀମ୍ ଭଳି ଧାରାବାହିକରେ ମଧ୍ୟ ସେ ଅଭିନୟ କରିଥିଲେ।
ଜୟା ୱେବସାଇଟକୁ କହିଛନ୍ତି ଯେ ତାଙ୍କ ୭୯ ବର୍ଷର ମା’ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ନିଜର ସମସ୍ତ ରୋଜଗାର ଶେଷ ହୋଇଯାଇଛି। ଏଣୁ ତାଙ୍କୁ ସିରିୟଲରେ କାମ ଦରକାର ପଡ଼ୁଛି।














