ଓଡ଼ିଶାଲାଇଭ୍‍ ବ୍ୟୁରୋ

ଷ୍ଟେଟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷା ଅରୁନ୍ଧତି ଭଟ୍ଟାଚାର୍ଯ୍ୟଙ୍କୁ ଅନ୍ୟ ଭାରତୀୟମାନଙ୍କ ସହ ବାକୁ ବିମାନ ବନ୍ଦରରେ ୧୯ ଘଣ୍ଟା ଧରି ଫସି ରହିବାକୁ ପଡ଼ିଛି। ବିମାନରେ ଧୂଆଁ ବାହାରିବା କାରଣରୁ ବ୍ରିଟିଶ ଏୟାରୱେଜର ଫ୍ଲାଇଟକୁ ଅଜରବୈଜାନରେ ଓହ୍ଲାଇବାକୁ ପଡ଼ିଲା। ବିମାନର ଜରୁରୀ ଅବତରଣ ପରେ ଅରୁନ୍ଧତୀ ବିମାନବନ୍ଦର ଲାଉଞ୍ଜରେ ଏକ କାର୍ପେଟ୍ ଉପରେ ଶୋଇ ରାତ୍ରିଯାପନ କରିଥିଲେ।

ଷ୍ଟେଟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷା ଅରୁନ୍ଧତି ଭଟ୍ଟାଚାର୍ଯ୍ୟଙ୍କୁ ଅନ୍ୟ ଭାରତୀୟମାନଙ୍କ ସହ ବାକୁ ବିମାନ ବନ୍ଦରରେ ୧୯ ଘଣ୍ଟା ଧରି ଫସି ରହିବାକୁ ପଡ଼ିଛି। ବାକୁ ହେଉଛି ଅଜରବୈଜାନର ଏୟାରପୋର୍ଟ। ଏ ସମସ୍ତ ଯାତ୍ରୀ ମୁମ୍ବାଇ-ଲଣ୍ଡନ ଫ୍ଲାଇଟରେ ଯାତ୍ରା କରୁଥିଲେ।

ବିମାନରେ ଧୂଆଁ ବାହାରିବା କାରଣରୁ ବ୍ରିଟିଶ ଏୟାରୱେଜର BA 198 ଫ୍ଲାଇଟକୁ ଅଜରବୈଜାନରେ ଓହ୍ଲାଇବାକୁ ପଡ଼ିଲା। ୧୯ ଘଣ୍ଟାର ଅପେକ୍ଷା ପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ଫ୍ଲାଇଟରେ ଗନ୍ତବ୍ୟ ସ୍ଥାନକୁ ପଠାଯାଇଥିଲା। କୁହାଯାଉଛି ଏହି ଫ୍ଲାଇଟ ବରଫ ପଡ଼ିବା ହେତୁ ଏମିତି ବି ବିଳମ୍ବରେ ମୁମ୍ବାଇ ଛାଡ଼ିଥିଲା। ବିମାନଟି ଯାତ୍ରା ଆରମ୍ଭ କରିବାର କିଛି ସମୟ ମଧ୍ୟରେ ଏଥିରେ ଧୂଆଁ ବାହାରିଥିଲା।

ଅନ୍ୟ ଉପାୟ ନପାଇ ବିମାନର ପାଇଲଟ ଅଜରବୈଜାନଠାରେ ବିମାନକୁ ଅବତରଣ କରାଇ ନେଇଥିଲେ। ଏହି ଅସୁବିଧା ପାଇଁ ବ୍ରିଟିଶ ଏୟାରୱେଜ୍ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଥିଲା। ବିମାନର ଜରୁରୀ ଅବତରଣ ପରେ ଅରୁନ୍ଧତୀ ବିମାନବନ୍ଦର ଲାଉଞ୍ଜରେ ଏକ କାର୍ପେଟ୍ ଉପରେ ଶୋଇ ରାତ୍ରିଯାପନ କରିଥିଲେ।

LEAVE A REPLY

Please enter your comment!
Please enter your name here