ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ବିଧାନସଭା ନିର୍ବାଚନରେ ଆଜି ୯୩ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହିସବୁ ଆସନ ହିଁ ଦଳ ଓ ପ୍ରାର୍ଥୀଙ୍କ ଭବିଷ୍ୟତ କହିବ। ସତ କହିଲେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ହିଁ ଗୁଜରାଟର ସବୁ ଗଣିତ ଲୁଚି ରହିଛି। ଆଜି ଭୋଟ ଗ୍ରହଣ କରାଯାଉଥିବା ଆସନ ଭିତରେ ରହିଛି ଗୁଜରାଟ ରାଜଧାନୀ ଗାନ୍ଧୀନଗର। ଏହି ପୋଲିଙ୍ଗ ବୁଥରେ ଭୋଟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ୯୫ ବର୍ଷୀୟା ହିରାବେନ ସକାଳୁ ସକାଳୁ ଭୋଟ କେନ୍ଦ୍ରରେ ପହଞ୍ଚି ଯାଇଥିଲେ।
ଭୋଟ ଦେଇସାରିବା ପରେ ଫଟୋଗ୍ରାଫରମାନଙ୍କ ପାଇଁ ସେ ତାଙ୍କ ଆଙ୍ଗୁଠି ଦେଖାଇଥିଲେ। ତାଙ୍କଛଡ଼ା ବିଜେପି ଅଧ୍ୟକ୍ଷ ଅମିତ ଶାହା ଅହମ୍ମଦାବାଦର ନାରାୟଣ ପୁରାରେ ଭୋଟ ଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲ, ପଟିଦାର ନେତା ହାର୍ଦ୍ଦିକ ପଟେଲ, ପଛୁଆ ବର୍ଗ ନେତା ଅଲପେସ୍ ଠକୋରେ ମଧ୍ୟ ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ଭୋଟ ଦେଇଛନ୍ତି।














